ମୁଖ୍ୟମନ୍ତ୍ରୀ ଏବଂ ବୈଜୟନ୍ତ ବାବୁଙ୍କ ମଧ୍ୟରେ ଟଣା ଓଟରା:-ଅସନ୍ତୁଷ୍ଟ ଅବୁଝା ନେତା  ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ  ଚେତାବନୀ ନିଆଯିବ କାର୍ଯ୍ୟାନୁଷ୍ଠାନ

କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀଙ୍କ  କାର୍ଯ୍ୟାଳୟକୁ ଟାର୍ଗେଟ କରୁଥିବା ବିଜେଡି ନେତାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଆଙ୍ଗୁଠି ଦେଖାଇଛନ୍ତି। ଦଳ ଭିତରେ ଶୃଙ୍ଖଳା ରକ୍ଷା କରୁନଥିବା ଅବୁଝା ନେତାଙ୍କୁ ଠିକଣା ସମୟରେ ଉଚିତ ଦଣ୍ଡ ମିଳିବ ବୋଲି  ଚେତାବନୀ ଦେଇଛନ୍ତି ।ଏବଂ କହିଛନ୍ତି ଯେତେବେଳେ କୌଣସି ପ୍ରସଙ୍ଗ ନଥାଏ ସେତେବେଳେ ସେମାନେ ମୋ ଅଫିସକୁ ଟାର୍ଗେଟ୍ କରିଥା’ନ୍ତି  । ଏଥିରେ କିଛି ନୂତନତ୍ୱ ନାହିଁ  । ଏହା ସହ ବୈଜୟନ୍ତଙ୍କୁ ଜବାବ ମଗାଯିବା ନେଇ ସେ କହିଛନ୍ତି, ଯାହା ଠିକ୍ ହେବ, ସେହି ନିଷ୍ପତି ନିଆଯିବ  ।
ସୂଚନା ଥାଉ କି ଗତକାଲି ବୁହାଳୋ ପାଣି ଟାଙ୍କି ଉଦଘାଟନ ଅବସରରେ ସାଂସଦ ବୈଜୟନ୍ତ ପଣ୍ଡା ତୃତୀୟ ମହଲାର ଅଣ ଓଡ଼ିଆ ଅଫିସର ମାନଙ୍କୁ  ଟାର୍ଗେଟ୍ କରିଥିଲେ  । ପରେପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାରସିଂ  ମଧ୍ୟ ସେଇ କଥା ଦୋହରାଇଥିଲେ  ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ନବୀନଙ୍କ ପ୍ରତିକ୍ରିୟା ପରେ ଟ୍ୱିଟ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ବୈଜୟନ୍ତ କହିଛନ୍ତି ,ସେ ଅତ୍ୟନ୍ତ ମର୍ମାହତ । ଯେତେବେଳେ ଦୁର୍ନୀତିଗ୍ରସ୍ତ ସରକାରୀ ଅଫିସରଙ୍କ ବିରୋଧରେ ପଦକ୍ଷେପ ନେବାକୁ ବିଜୁ ବାବୁ କହୁଥିଲେ , ସେତେବେଳେ କଣ ତାଙ୍କ ପାଖରେ ପ୍ରସଙ୍ଗ ନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ପ୍ରସଙ୍ଗ ନଥିଲା, ମାହାଙ୍ଗାରେ କଣ ପାଇଁ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଗଲା । ତାଙ୍କ ଗସ୍ତ ମାହାଙ୍ଗାରେ କିଛି ଅପ୍ରୀତିକର ପରିସ୍ଥିତି କରିଛ କି ବୋଲି ସେ ପଚାରିଛନ୍ତି । ମୁଁ କ’ଣ ମୋର କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ କରୁନଥିଲି କି ? ମୋ ନେତା ଏନେଇ ଅନୁଧ୍ୟାନ କରନ୍ତୁ ବୋଲି ବୈଜୟନ୍ତ କହିଛନ୍ତି  ।

Leave a Reply

Your email address will not be published. Required fields are marked *