ବିଶ୍ୱର ଚର୍ଚ୍ଚିତ ନେତା  ମାନଙ୍କ ଭିତରେ   ୩ୟ ହେଲେ ମୋଦି

ବିଶ୍ୱର ୩ୟ ଚର୍ଚ୍ଚିତ ନେତା ହେଲେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର  ମୋଦି I  ଏକ ଆନ୍ତର୍ଜାତିକ ସର୍ବେକ୍ଷଣ (ଗ୍ୟାଲୁପ୍‌ ଇଣ୍ଟରନେସନାଲ୍‌) ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର  ବିଶ୍ୱର ପ୍ରମୁଖ ୩ ଜଣ ନେତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ ରାଷ୍ଟ୍ରପତ ସି. ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବହୁ  ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ପ୍ରମୁଖ ୩ ଜଣ ନେତାଙ୍କ ମଧ୍ୟରେ ଏହି  ସ୍ଥାନ ପାଇବାରେ ପ୍ରଥମ ଭାରତୀୟ । 

ଏହି ସର୍ବେକ୍ଷଣ ଅନୁଯାଇ ବିଶ୍ୱ ନେତୃବୃନ୍ଦଙ୍କ ମତାମତ ବା ‘ଓପିନିଅନ ଅଫ୍‌ ଗ୍ଲୋବାଲ ଲିଡର୍ସ’ ଶୀର୍ଷକ  ଏହି ସର୍ବେକ୍ଷଣରେ ବିଶ୍ୱର ୫୫ଟି ଦେଶର ୫୩ ହଜାର ୭୬୯ ଜଣ ବ୍ୟକ୍ତିଙ୍କର ମତାମତ ନିଆଯାଇଥିଲା  । ଫ୍ରାନ୍‌ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ୍‌ ଏହି ସର୍ବେକ୍ଷଣର ଶୀର୍ଷରେ ଥିବାବେଳେ ଜର୍ମାନୀ ଚାନ୍‌ସେଲର୍‌ ଅଞ୍ଜେଲା ମର୍କେଲ୍‌ ଦ୍ୱିତୀୟ ସ୍ଥାନରେ ଅଛନ୍ତି  । ଆସନ୍ତା ୨୨ ତାରିଖରେ ବିଶ୍ୱ ଇକୋନୋମିକ୍‌ ଫୋରମ୍‌ ର ଡାଭୋସ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଏହି ମାନ୍ୟତା ମିଳିବା ଅନ୍ତର୍ଜାତୀୟ ସ୍ତରରେ ଭାରତର ସମ୍ମାନ ବୃଦ୍ଧି କରିଛି  ।

Leave a Reply

Your email address will not be published. Required fields are marked *