ନୂଆ ବର୍ଷରେ ନନ୍ଦନକାନନ ରେ  ବାଘୁଣୀ ‘ଅଙ୍କିତା’ ଦେଲା  ନୂଆ ଉପହାର

ନନ୍ଦନକାନନରେ ବାଘୁଣୀ ‘ଅଙ୍କିତା’ ୨ଟି ଶିଶୁ ଶାବକ ଜନ୍ମ ଦେଇଛି । ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  ଗତକାଲି ରାତି ୧୦ଟା ୧୨ ମିନିଟରେ ପ୍ରଥମ ଶାବକ ଓ ୧୦ଟା ୪୦ ମିନିଟରେ ଦ୍ୱିତୀୟ ଶାବକକୁ ଅଙ୍କିତା ଜନ୍ମ ଦେଇଥିଲା। ଏହି ଦୁଇ ଶାବକଙ୍କୁ ମିଶାଇ ନନ୍ଦନକାନନର ବାଘ ସଂଖ୍ୟା ୨୬ରେ ପହଞ୍ଚିଛି ।   ସେମାନଙ୍କ ମଧ୍ୟରୁ ୮ ଟି ଧଳା ବାଘ ( ୩ ଅଣ୍ଡିରା, ୫ ମାଈ) ଅଛନ୍ତି । ୧୬ଟି ସାଧାରଣ ରଙ୍ଗର ବାଘ ଥିବା ନନ୍ଦକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୨ ମସିହାରେ ନନ୍ଦନକାନନର ସାଧାରଣ ରଙ୍ଗର ବାଘୁଣୀ ସାରା ଓ ଧଳା ମହାବଳ ବାଘ ରିଷିଙ୍କ ମିଳନରୁ ଜନ୍ମ ହୋଇଥିଲା ‘ଅଙ୍କିତା‘। ଏବେ ତାକୁ ୫ ବର୍ଷ ବୟସ ହୋଇଛି । ଗତ ବର୍ଷ ଅକେ୍ଟାବର ୧ ତାରିଖରେ ହାଇଦ୍ରାବାଦ ଚିଡିଆଖାନାରୁ ଆସିଥିବା ମହାବଳ ବାଘ ‘ସେଫ୍ ’ ସହିତ ମିଳନ ହୋଇ ଗର୍ଭଧାରଣ କରିଥିଲା । ବାଘୁଣୀ ଅଙ୍କିତା ର ଏହି ଉପହାର  ନନ୍ଦନ କାନନ ରେ ଖୁଶି ଭରିଦେଇଛି I

Leave a Reply

Your email address will not be published. Required fields are marked *