ନ୍ୟାୟ ମାଗୁଛନ୍ତି 70 ବର୍ଷର ବୃଦ୍ଧା:- 6 ଦିନ ଧରି ଦୌଡିଲେଣି ହେଲେ ମିଳୁନି ଏତଲା କପି

୪ ବର୍ଷର ନାତିକୁ ଧରି ନ୍ୟାୟ ପାଇଁ   ଥାନା ସମ୍ମୁଖରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ  ବସିରହିଛନ୍ତି  ବୃଦ୍ଧା  ହେଲେ  କାହାର ନଜର ପଡୁନି I ନ୍ୟାୟ ତ ଦୂରେ ଥାଉ ଏତଲା କପି ର ନକଲ ପାଇଁ ସକାଳୁ ସନ୍ଧ୍ୟା ଯାଏଁ 6 ଦିନ ଧରି ପ୍ରତିଦିନ  ଆସିକି ଫେରି  ଯାଉଛନ୍ତି 70 ବର୍ଷର ବୃଦ୍ଧା  ହେଲେ ମିଳୁନି ଏତଲା କପି I 

ଗତ ଶନିବାର ଦିନ ୟୁନିଟ୍‌-୯ ବେହେରାସାହି ଅଞ୍ଚଳରେ   ରହୁଥିବା ସାଇ ସୀତାମ୍ମା ନାମ୍ନୀ ବୃଦ୍ଧାଙ୍କୁ  କିଛି ବ୍ୟକ୍ତି ମାଡ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ।  ମିଳିଥିବା ସୂଚନା ଅନୁଯାଇ ସୀତାମ୍ମାଙ୍କ ୪ ବର୍ଷର ନାତି ବଲରେ ଖେଳୁଥିବା ବେଳେ ସେଠାରେ  ବସିଥିବା କେତେଜଣ ବ୍ୟକ୍ତିଙ୍କ ଉପରେ ବଲଟି ପଡ଼ିଥିଲା। ଏହା ପରେ ୩ଜଣ ବ୍ୟକ୍ତି ତାଙ୍କ ନାତିକୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିବାକୁ ବାହାରିଥିଲେ। ସୀତାମ୍ମା ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କ ମୁଣ୍ଡକୁ ଅଭିଯୁକ୍ତମାନେ ଏକ ଠେଙ୍ଗାରେ ପିଟି ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। 

 ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସେ ଥାନାକୁ ଦୌଡ଼ିଥିଲେ ନ୍ୟାୟ ଆଶାରେ। ଥାନାରେ ଏତଲା ଦେଲେ। କିନ୍ତୁ ପୋଲିସ ମାମଲା ରୁଜୁ  କଲା ନାହିଁ । ମାମଲା ରୁଜୁ କରିବା ଦୂରର କଥା ବୃଦ୍ଧା ଜଣକ ଏତଲା କପି ପାଇଁ ୬ଦିନ ହେବ ଥାନାକୁ ଦୌଡ଼ୁଛନ୍ତି। କିନ୍ତୁ ତାଙ୍କୁ କାଲି ଆସ, ପରଦିନ ଆସ, ଥାନା ବାବୁ ଆସିଲେ ଦେବୁ କହି କର୍ମଚାରୀମାନେ ଫେରାଇ ଦେଉଛନ୍ତି।  କିନ୍ତୁ ପୋଲିସ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନାହିଁ। ଏପଟେ ଏତଲା କପି ପାଇଁ ୭୦ ବର୍ଷୀୟା ସୀତାମ୍ମା ନ୍ୟାୟ ପାଇବା ଆଶାରେ ପ୍ରତିଦିନ ଥାନାକୁ ଦୌଡ଼ୁଛନ୍ତି।

Leave a Reply

Your email address will not be published. Required fields are marked *