ବାପI ର ପାପ :-ବୋହୂକୁ ବଳାତ୍କାର କଲା ପରେ ନିଆଁ ଲଗାଇ ଦେଲା ଶ୍ୱଶୁର

ମୟୂରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ଅମାନବୀୟ ଘଟଣା ସାମନାକୁ ଆସିଛି। । ଘଟଣା ଅନୁଯାୟୀ, ଶୁକ୍ରବାର ଘରେ କେହି ନ ଥିବା ବେଳେ ଶ୍ୱଶୁର ବୋହୂଙ୍କୁ ବଳାତ୍କାର କରିଥିଲେ। କଥା ପ୍ରଘଟ ହେବା ଆଶଙ୍କାରେ ପରେ ସେ ବୋହୂଙ୍କୁ କିରୋସିନି ଢାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଚିତ୍କାର କରିବାରୁ ପୀଡ଼ିତାଙ୍କ ସ୍ବମୀ ତାଙ୍କୁ ବଞ୍ଚାଇବାକୁ ଆସି ଆହତ ହୋଇଥିଲେ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ବୋହୂଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜାମସେଦପୁରକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ଜଣାପଡ଼ିବା ପରେ ମହିଳାଙ୍କ ବାପଘର ଲୋକେ ତାଙ୍କ ଶ୍ୱଶୁରକୁ ମାଡ଼ ମାରି ପୋଲିସ ଜିମା ଦେଇଥିବା ଜଣାପଡ଼ିଛି। ଜାମସେଦପୁର ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖିଛି

Leave a Reply

Your email address will not be published. Required fields are marked *