ସେସୁ କର୍ତ୍ତୃପକ୍ଷ ହାର ମାନିଲା  ଶ୍ରମିକ ସଂଘଠନ ଆଗରେ I  ଦୀର୍ଘ କୋଡିଏ ବର୍ଷ ପରେ  ବିଦ୍ୟୁତ ଠିକା କର୍ମଚାରୀ ଙ୍କୁ ମିଳିଲା ନ୍ୟାୟ I

ଶେଷରେ ହାର ମାନିଲା ସେସୁ କର୍ତ୍ତୃପକ୍ଷ ଶ୍ରମିକ ସଂଘଠନ ଆଗରେ I  ଦୀର୍ଘ କୋଡିଏ ବର୍ଷ ପରେ  ବିଦ୍ୟୁତ ଠିକା କର୍ମଚାରୀ ଙ୍କୁ ମିଳିଲା ନ୍ୟାୟ I  


 ମିଳିଥିବା ସୂଚନା ଅନଯାଇ ସେସୁ ର ପୁରୀ ବିଦ୍ୟୁତ ଡିଭିଜନ ରେ ବେଆଇନ ଭାବେ ଛଟେଇ  ହୋଇଥିବା 61 ଜଣ NMR  କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ମିଳିଛି   I  1995 ମସିହାରୁ PED  କର୍ତ୍ତୃପକ୍ଷ ବେଆଇନ ଭାବେ 61 ଜଣ NMR କର୍ମଚାରୀ ଙ୍କୁ କାର୍ଯ୍ୟରୁ ବାହାର କରିଦେଇଥିଲେ ଯାହାର ପ୍ରତିବାଦ ରାଜ୍ୟ ବିଦ୍ୟୁତ ବୋର୍ଡ଼ ଶ୍ରମିକ ମହାସଂଘ ର ସାଧାରଣ ସମ୍ପାଦକ ରମେଶ ଶତପଥୀ ଶ୍ରମ ଅଦାଲତ ର ଆଶ୍ରୟ ନେଇ  ଶ୍ରମ ଅଦାଲତରେ ଏହାକୁ ବେଆଇନ ଛଟେଇ  ବୋଲି ପ୍ରମାଣିତ କଲାପରେ ସେସୁ କର୍ତ୍ତୃପକ୍ଷ ଓଡିଶା ହାଇକୋର୍ଟ ର ଆଶ୍ରୟ ନେଇଥିଲେ ସେଠାରେ ଶ୍ରମିକ ନେତା ରମେଶ ଶତପଥୀ ଙ୍କ ବିଜୟ ହେବାପରେ ପୁନର୍ବାର ସେସୁ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟ ର ଆଶ୍ରୟ ନେଇଥିଲେ I  ସୁପ୍ରିମ କୋର୍ଟ ଶ୍ରମ ଅଦାଲତ ଙ୍କ ଫଇସଲା  କୁ କାଏମ  ରଖିଥିଲା ଫଳରେ ସେସୁ  କର୍ତ୍ତୃପକ୍ଷ ବାଧ୍ୟ  ହୋଇଛନ୍ତି  61 ଜଣ NMR ଙ୍କୁ ନିୟମିତ ଭାବରେ ନିଯୁକ୍ତି  ଦେବାକୁ I  


ଏନେଇ  ରାଜ୍ୟ ବିଦ୍ୟୁତ ବୋର୍ଡ଼ ଶ୍ରମିକ ମହାସଂଘ ର ସାଧାରଣ ସମ୍ପାଦକ ରମେଶ ଶତପଥୀ ଓଡିଶା EXCLUSIVE  କୁ ସୂଚନା ଦେଇ କହିଛନ୍ତି ଏହା ନିଚୟ ବିଳମ୍ବିତ ରାୟ ତଥାପି  ନ୍ୟାୟ ବ୍ୟବସ୍ଥା ଉପରେ   ସାଧାରଣ ଜନତା ଙ୍କର ଭରଷା ଅଛି  ବିଳମ୍ବ ହେଲେ ମଧ୍ୟ  ନ୍ୟାୟ ମିଳିଥିବାରୁ ସୁପ୍ରିମ କୋର୍ଟ କୁ ସାଧୁବାଦ ସହିତ ଧନ୍ୟବାଦ   I  ଏନେଇ ଠିକା କର୍ମଚାରୀ ମାନେ କହିଛନ୍ତି ଯେ ସେସୁ କର୍ତ୍ତୃପକ୍ଷ ଙ୍କ ଶ୍ରମିକ ମାରଣ ନୀତି ଏବଂ  ଭୁଲ ଯୋଗୁ  ଦୀର୍ଘ ଏତେ ବର୍ଷ ଧରି ମାନସିକ ଅଶାନ୍ତି ରେ କାଳାତିପାତ କଲା ପରେ ମଧ୍ୟ  ଶେଷରେ  ଶ୍ରମିକ  ନେତା ରମେଶ ଶତପଥୀ  ଲଢୁଆ ନେତୃତ୍ୱ ରେ ବିଜୟ ହାସଲ  କରିଥିବାରୁ  ଆମେ   ଅତ୍ୟନ୍ତ  ଖୁଶି I

Leave a Reply

Your email address will not be published. Required fields are marked *