ସଇତାନ  ବାପI ର ପାପ  ଅାଗରେ ହାର୍ ମାନଲା ଦୁଷ୍କର୍ମ ପୀଡିତା ବୋହୂ   ର ଜିବନ :-ଶେଷରେ ଆଖି ବୁଜିଲେ ପୀଡିତା

ଜୀବନ ଯୁଦ୍ଧରେ ହାରିଗଲେ ପୀଡିତା । ଶ୍ୱଶୂର ଦ୍ୱାରା ଦୁଷ୍କର୍ମ ପରେ ପୋଡି ଯାଇଥିବା ବୋହୂ ଚିକିତ୍ସାଧିନ ଅବସ୍ଥା ଟାଟା ମେମୋରିଆଲ  ରେ ଆଖି ବୁଜିଛନ୍ତି ।ଶନିବାର ରାଇରଙ୍ଗପୁରରେ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା । ଶ୍ୱଶୁର ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ , ଶ୍ୱଶୁର ପ୍ରମାଣ ଲୁଚାଇବାକୁ ଯାଇ କିରୋସିନ୍ ଢାଳି ତାଙ୍କୁ ପୋଡି ମାରିବାକୁ ଉଦ୍ୟମ କରିଥିଲେ । ଏଥିରେ ତାଙ୍କର ୯୫ ପ୍ରତିଶତ ଶରୀର ପୋଡି ଯାଇଥିଲା । ଗୁରୁତର ଅବସ୍ଥାରେ ବୋହୂକୁ ଉଦ୍ଧାର ପରେ ଜାମସେଦପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ । ତେବେ ସେଠାରେ ଆଜି ସକାଳେ ସେ ଆଖି ବୁଜିଛନ୍ତି ।  ଘଟଣାରେ ଶ୍ୱଶୁର ରାମଗୋପାଲ୍ ଖେମକାଙ୍କୁ ପୋଲିସ ଗିରଫ କରିଛି ।  ଘଟଣାରୁ ଜଣାପଡିଛି ରାଇରଙ୍ଗପୁର ସହରର ଧରମଗଳିରେ ବିଶିଷ୍ଟ ବ୍ୟବସାୟୀ  ରାମଗୋପାଲ ଖେମକାଙ୍କ  ପୁଅ ଅବିନାଶ ଙ୍କ ସହ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଯାମିନୀଙ୍କ ଗତ ଏପ୍ରିଲ ୨୦୧୪ରେ ବିବାହ ହୋଇଥିଲା । ଯାମିନୀଙ୍କର ୫ ମାସର ପୁଅ ରହିଛି । କିନ୍ତୁ ଶ୍ୱଶୁର ରାମଗୋପାଲଙ୍କ ଖରାପ ନଜର ତାଙ୍କ ଉପରେ ପଡ଼ିଥିଲା । ପୂର୍ବରୁ ଯାମିନୀ ଏନେଇ ନିଜ ପରିବାର ଲୋକଙ୍କୁ କହିବାକୁ ଚାହିଁ ମଧ୍ୟ ଲୋକଲଜ୍ଜାକୁ ଡରି ଚୁପ୍ ରହିଥିଲେ । ଶେଷରେ ରାମଗୋପାଲ ଯୋଜନା କରି ପରିବାର ଲୋକଙ୍କୁ ହାଇଦ୍ରାବାଦ ପଠାଇ ଦେଇ, ଲଗାତର ୩ ଦିନ ଧରି ବୋହୂ ସହ ଦୁଷ୍କର୍ମ କରିଥିଲେ । ଯାମିନୀ ଏନେଇ ଘର ଲୋକଙ୍କୁ ଜଣାଇବାକୁ ଉଦ୍ୟମ କରିବା ବେଳେ ତାଙ୍କ ଉପରେ କିରୋସିନ୍ ଢାଳି ହତ୍ୟା ଉଦ୍ୟମ କରିଥିଲେ ଶ୍ୱଶୁର ରାମଗୋପାଲ ଅଗ୍ରୱାଲ୍ । ପତ୍ନୀ ଯାମିନୀଙ୍କୁ ବଂଚାଇବାକୁ ଯାଇ ଅବିନାଶ ମଧ୍ୟ ସାମାନ୍ୟ ପୋଡ଼ି ଯାଇଥିଲେ । ଯାମିନୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନାରେ ପରେ ଜାମସେଦପୁରର ଟାଟା ମେମୋରିଆଲ୍ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ ଆଜି ଆଖି ବୁଜିଛନ୍ତି

Leave a Reply

Your email address will not be published. Required fields are marked *