ବୈଜୟନ୍ତ Vs  ବିଜେଡି  ଏବଂ  ଅଣ ଓଡ଼ିଆ ଅଫିସର

ରାଜ୍ୟରେ ଶୀତର ଲହରୀ ଅତି ତୀବ୍ର ଭାବରେ ଜାରିରହିଥିଲେ ମଧ୍ୟ କିଛି ଦିନ ଧରି ଓଡିଶା ରାଜନୀତିରେ  ତୃତୀୟ ମହଲା  ଅଣଓଡ଼ିଆ ଅଫିସରଙ୍କୁ ନେଇ ହେଉଥିବା  ଶଣ୍ଡୁଆଁଶି   ଆକ୍ରମଣ ରେ   ରାଜନୈତିକ ପାଣିପାଗ ପୁରା ସରଗରମ ଅଛି I 

ବୈଜୟନ୍ତ ଓ ବିଜେଡି ଭିତରେ ଲାଗିରହିଥିବା ବିବାଦ ଭିତରେ  ସିଧା ସଳଖ  ତୃତୀୟ ମହଲା  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅଣ ଓଡ଼ିଆ ଅଫିସର ପାଣ୍ଡିଆନ ଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ। ସର୍ଭିସ କୋର୍ଡ ବାହାରକୁ ଯାଇ ରାଜନୀତିରେ ମୁଣ୍ଡ ପୁରାଉଥିବା ଅଭିଯୋଗ କରି ତାଙ୍କୁ ବିଜୁ ପଟ୍ଟନାୟକଙ୍କ ମାଡ ତତ୍ବ କଥା କହିଛନ୍ତି ।  ଏବଂ ଆହ୍ୱାନ ମଧ୍ୟ ଦେଇଛନ୍ତି ସାଧାରଣ ଜନତାଙ୍କୁ  ଯେପରି ବିଜୁ ବାବୁଙ୍କ  ସମୟରେ ଦୁର୍ନୀତିଗସ୍ତ ଅଫିସରଙ୍କୁ ମାଡ ମାରିବାକୁ  ବିଜୁ ବାବୁ କହୁଥିଲେ ,ସେହିପରି ଦୁର୍ନୀତିଗ୍ରସ୍ତ ଅଫିସର ଙ୍କୁ  ମାଡ ମରାଜିବା ଦରକାର । ବୈଜୟନ୍ତ ଙ୍କ ପରେ  ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାରସିଂ,ନବୀନ ନନ୍ଦ ମଧ୍ୟ ସେହି ଏକା କଥା ଦୋହରାଇଛନ୍ତି ଯେ ତୃତୀୟ ମହଲା ଅଣ ଓଡ଼ିଆ ଅଫିସର ଙ୍କ କବ୍ଜାରେ ଓଡିଶା ଏବଂ ବିଜେଡି I ଯେଉଁଥିପାଇଁ ଓଡ଼ିଆ ଅଫିସର ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି I  ଶୁଣାଯାଉଛି ଅଣ ଓଡ଼ିଆ ଅଫିସର ଙ୍କୁ ପାନେ ଦେବା ପାଇଁ ଏବେ ଅନ୍ୟ କନିଷ୍ଠ ଓ ବରିଷ୍ଠ ପ୍ରଶାସକମାନେ ସାମିଲ ହୋଇଛନ୍ତି । ବିଶେଷକରି ସରକାରରେ କୋଣଠେସା ହୋଇ ରହିଥିବା ଅସନ୍ତୁଷ୍ଟ ପ୍ରଶାସକମାନେ ଏବେ ଧିରେ ଧିରେ ଏକଜୁଟ ହେବାରେ ଲାଗିଛନ୍ତି । 

ଶୁଣାଯାଉଛି  ଅସନ୍ତୁଷ୍ଠ ପ୍ରଶାସକ ବିଶେଷକରି ଯେଉଁମାନେ ନିଜ ମନ ମୁତାବକ ପଦ ପଦବୀ ପାଇନାହାନ୍ତି ସେମାନେ ଏବେ ଏକଜୁଟ ହେବା ସହିତ ଅତି ଚତୁରତାର ସହିତ ଗଣମାଧ୍ୟମକୁ ବିଭିନ୍ନ କାଗଜପତ୍ର ଯୋଗାଇବାରେ ଲାଗିଛନ୍ତି । ତେବେ  ସାଂସଦ ଓ ତାଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମ  ଖୋଲା ଖୋଲି ଏହି ଅଣ ଓଡ଼ିଆ ଅଫିସର ଙ୍କୁ ଆକ୍ରମଣ କରୁଥିବାରୁ ଅସନ୍ତୁଷ୍ଟ ଗୋଷ୍ଠିର କିଛି ପ୍ରଶାସକ ନିଆଁରେ ଘିଅ ପକାଇବା ଭଳି କାର୍ଯ୍ୟ କରୁଛନ୍ତି ।

ଏହି ଅଫିସରମାନେ କୌଣସି କାଗଜପତ୍ର ସିଧାସଳଖ ଗଣମାଧ୍ୟମକୁ ଦେଲେ କାଳେ ମୁଖ୍ୟମନ୍ତ୍ରୀଙ୍କ କୋପରେ ପଡିବେ ସେଥିପାଇଁ ବିରୋଧିଦଳ ସହିତ ଶାସକଦଳର କିଛି ଅସନ୍ତୁଷ୍ଟ ନେତାଙ୍କୁ ମୋହରା କରିଛନ୍ତି । ସେମାନଙ୍କ ଜରିଆରେ କାଗଜପତ୍ର ଲିକ୍‍ କରିବା ସହିତ ବୁଦ୍ଧି ବି ଦେଉଛନ୍ତି । ଫଳରେ ରାଜ୍ୟ ପ୍ରଶାସନର କିଛି ଭିତିରିକଥା ଏବେ ପଦାକୁ ଆସିବାରେ ଲାଗିଛି । ଆଗାମୀ ଦିନରେ ଏହା ଗୁରୁତର ଆକାର ଧାରଣ କରିବ ବୋଲି ବରିଷ୍ଠ ରାଜନୈତିକ ସମିକ୍ଷକ  ମାନେ ମତାମତ ଦେଉଛନ୍ତି I 

ସେପଟେ କିନ୍ତୁ  ବାରମ୍ବାର ବୈଜୟନ୍ତଙ୍କ ଆକ୍ରମଣ ବିଜେଡିକୁ ବିଚଳିତ କରିଛି। ତୃତୀୟ ମହଲାକୁ ବାରମ୍ବାର ଆକ୍ଷେପ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିବାକୁ ବାଧ୍ୟ  ହୋଇଥିଲେ ।  ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେବେ  ବୋଲି ସୂଚନା ଦେଇଥିଲେ I  ମୁଖ୍ୟମନ୍ତ୍ରୀଙ୍କ ପରେ ଆଜି ମୁଖପାତ୍ର ପ୍ରଶାନ୍ତ ନନ୍ଦ ଓ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ମୁହଁ ଖୋଲି କେନ୍ଦ୍ରାପଡା ସାଂସଦ ଲକ୍ଷ୍ମଣ ରେଖା ପାର କରିସାରିଥିବା ସୂଚନା ଦେଇଛନ୍ତି । ସେ ଅନ୍ୟ ଦଳକୁ ଗଲେ ବି ଦଳ ବିଚଳିତ ନୁହେଁ ବୋଲି କହିଛନ୍ତି ପ୍ରଶାନ୍ତ ନନ୍ଦ । 
ବର୍ତ୍ତମାନ ଦଳ ଭିତରେ ପ୍ରବଳ ଅସନ୍ତୋଷ ରହିଛି ଯଦି ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଅସନ୍ତୋଷ କର୍କଟ ରୋଗ ଭଳି ମାଡିବାର ଆଶଙ୍କା ରହିଛି ।  କାର୍ଯ୍ୟାନୁଷ୍ଠାନ  ନେଲେ ମଧ୍ୟ ଦଳ ପାଇଁ ବୁମେରା ସାବ୍ୟସ୍ତ ହେଇପାରେ । ଅନ୍ୟ ପଟେ  ବୈଜୟନ୍ତ ଙ୍କୁ ଚେକ ଦେବା ପାଇଁ  ବିଜେଡି ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷ ଓ ସମର୍ଥକ  ଙ୍କ ସହିତ ନବୀନଙ୍କୁ ଫେରାଦ ହେଇଚି ବୈଜୟନ୍ତ ଦଳ ଏବଂ କର୍ମୀ ମାନଙ୍କୁ  ସଠିକ ଭାବରେ ଗୁରୁତ୍ୱ ଦେଉନାହାନ୍ତି  ।  ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ସହିତ ନେଇଛନ୍ତି ଏବଂ  ଅଭିଯୋଗର ତଦନ୍ତ ନେଇ ପ୍ରତିଶ୍ରୁତି ଦେଇଛନ୍ତି । 

 

ତେବେ ଦେଖିବାରେ ଅଛି ବିଜେଡି ରୁ ବୈଜୟନ୍ତ ବିଦା ହେଉଛନ୍ତି କିମ୍ବା ପୁନର୍ବାର ଅଣ ଓଡ଼ିଆ ଅଫିସର ଙ୍କୁ ଆକ୍ରମଣ କରୁଛନ୍ତି I

Leave a Reply

Your email address will not be published. Required fields are marked *