ପୁରୀରେ  ବିଏମ୍‌ଡବ୍ଲ୍ୟୁ ରେ ଚାଲିଗଲା ଜୀବନ :-ଯୁବକ ମୃତ, ଯୁବତୀଙ୍କ ସହିତ ୩ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ୍‌ର ଚିକିନା ଓଭର ବିଜ୍‌ ନିକଟରେଏକ ବିଏମ୍‌ଡବ୍ଲ୍ୟୁ କାର  (ଡିଏଲ୯ସି କ୍ୟୁ ୫୮୭୮ )  ଭାରଶାମ୍ୟ ହରାଇ ଦୃତଗତିରେ  ଗଛରେ ପିଟି ହୋଇଯିବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିିଥିବା  ସହିତ କାରରେ ଥିବା ଜଣେ ଯୁବତୀଙ୍କ ସହିତ ମୋଟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। 

ଦୁର୍ଘଟଣା ଏତେ ଯୋରରେ ହୋଇଥିଲା ଯେ  ବିଏମ୍‌ଡବ୍ଲ୍ୟୁ କାରରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଥିବା ସମସ୍ତ ସେଫ୍ଟି ବେଲୁନ୍‌ ଅଚଳ ହେଇଯାଇଥିଲା ।


 ଖବରପାଇ କୋଣାର୍କ ଓ ପୁରୀରୁ ଦମକଳ ବାହିନୀ  ଏବଂ ପୋଲିସ ପହଞ୍ଚି  ମୃତାହତମାନଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ମିଳିଥିବା ସୂଚନା ଅନୁଯାଇ  ସମସ୍ତେ   ଭୁବନେଶ୍ୱର ଅଞ୍ଚଳର  ଏବଂ ୪ ଜଣ କୋଣାର୍କ ଅଭିମୁଖେ ଯାଉଥିଲେ I   ମୃତ୍ୟୁ ଘଟିଥିବା ଯୁବକ ଙ୍କ ନାମ   ନନ୍ଦକିଶୋର ମହାପାତ୍ର (୨୯ ବର୍ଷ), ଏବଂ ଅନ୍ୟ ଗୁରୁତର ଆହତ ଙ୍କ ନାମ  କଲ୍ୟାଣ କେଶରୀ ସାମନ୍ତରାୟ, ସୁମନ ପାତ୍ର (୨୬) ଓ ସୋନାଲି ବେହେରା ଓରଫ ସିପ୍ରା(୨୧) I

Leave a Reply

Your email address will not be published. Required fields are marked *