ହରିୟାଣାରେ ନବମ ଶ୍ରେଣୀ ଛାତ୍ରୀ କୁ  ଗଣ ଦୁଷ୍କର୍ମ ପରେ ଅତି ବିଭତ୍ସ ଭାବେ  ହତ୍ୟା

ହରିୟାଣାରେ ପୁଣି  ଘଟିଛି ନିର୍ଭୟାକାଣ୍ଡ ।  ଜିନ୍ଦ୍ ଜିଲ୍ଲାରେ ଶନିବାର ସଂଧ୍ୟାରେ ଘଟିଥିବା ଏହି ନାରକୀୟ କାଣ୍ଡର ଶିକାର ହୋଇଥିବା ନାବାଳିକା ଜଣକ ହେଉଛନ୍ତି ଜଣେ ନବମ ଶ୍ରେଣୀର ଛାତ୍ରୀ I  ୧୫ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ  ଅତି ବିଭତ୍ସ ଭାବେ  ହତ୍ୟା  କରାଯାଇଛି ।  ପୁରା ଶରୀରକୁ ଦୁଷ୍କର୍ମକାରୀ ମାନେ  କ୍ଷତ ବିକ୍ଷତ  କରି ଏକ କେନାଲ ରେ ଫୋପାଡ଼ିଦେଇଛନ୍ତି I କେନାଲରୁ  ମୃତ ଦେହକୁ ଉଦ୍ଧାର ପରେ ଶବ ବ୍ୟବଛେଦ କରାଯାଇଛି । ଶରୀରର ମୁହଁ, ମୁଣ୍ଡ, ଛାତି ଓ ହାତ ରେ  ମିଳିଛି ମୋଟ୍ ୧୯ଟି କ୍ଷତ । କେବଳ ଏତିକି ନୁହଁ ନାବାଳିକାର ଗୁପ୍ତାଙ୍ଗରେ ଗଭୀର କ୍ଷତ ହୋଇଥିବା ବ୍ୟବଛେଦ  ରିପୋର୍ଟ ରୁ ସୂଚନା ମିଳିଛି । ନାବାଳିକା ସହିତ ଅତି ଅମାନୁଷିକ ଭାବେ ଗଣଦୁଷ୍କର୍ମ ପରେ ତା ଗୁପ୍ତାଙ୍ଗରେ କିଛି ବାହ୍ୟ ଜିନିଷ ପ୍ରବେଶ କରାଯାଇଥିଲା ଏବଂ ମୃତ୍ୟୁ ପରେ କେନାଲ କୁ ଫିଙ୍ଗି ଦିଆଯାଇଥିଲା  ।  ପୋଲିସ ଘଟଣାର ଅନୁସନ୍ଧାନ କରୁଛି । ଏପର୍ଯ୍ୟନ୍ତ  ହତ୍ୟାକାରୀର କୌଣସି ସୁରାକ୍ ପାଇନି ପୋଲିସ । ଏଭଳି ଘଟଣା ପରେ  ନାବାଳିକା ର  ପରିବାର ଲୋକେ ଶବକୁ ସଂସ୍କାର ପାଇଁ ନେବାକୁ ମନା କରିଦେଇଛନ୍ତି । ସିବିଆଇ ତଦନ୍ତ ସହିତ ଦୋଷୀକୁ କଡା ଦଣ୍ଡ  ପାଇଁ ଅଡ଼ି ବସିଛନ୍ତି   ପରିବାର ଲୋକେ ।

Leave a Reply

Your email address will not be published. Required fields are marked *