ଦେଢ଼ ମାସ ଶିଶୁକୁ ବଳି :କଟା ମୁଣ୍ଡ ଉଦ୍ଧାର

 କଟକ ଜିଲା ନେମାଲ ଥାନା ଅଧୀନ ତିଲକଣା ପଞ୍ଚାୟତ କୂଆଁଶୋଳ ଗ୍ରାମର ଧାନ ବିଲରୁ ମଙ୍ଗଳବାର ସକାଳେ ଏକ ଶିଶୁର କଟା ମୁଣ୍ଡ ପୋଲିସ ଉଦ୍ଧାର କରିଛି। ଶିଶୁଟି ପ୍ରାୟ ଦେଢ଼ ମାସର ହେବ ବୋଲି ଅନୁମାନ କରାଯାଉଛି। ସକାଳୁ ଉକ୍ତ ବିଲର ମାଲିକ ଧାନ କାଟିବାକୁ ଯାଇଥିବା ବେଳେ ଶିଶୁର କଟା ମୁଣ୍ଡ ପଡ଼ିଥିବା ଦେଖିଥିଲେ। ପରେ ଏହା ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହୋଇଥିଲା। ଖବର ପାଇ ନେମାଳ ଥାନା ଅଧିକାରୀ ଯୁଗଳ କିଶୋର ଦାସ, ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି। ଶିଶୁଟିକୁ ବଳି ଉଦେଶ୍ୟରେ ହତ୍ୟା କରାଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *