ଅଲୌକିକ :-ନିମ୍ବ ଗଛରୁ ବାହାରୁଛି ମିଠା କ୍ଷୀର

କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଲୁଣିମାଠିଆ ଆଦିବାସୀ ପଡ଼ା ଗ୍ରାମର ସୁକୁଲ ମାଝିଙ୍କ ବାଡ଼ିରେ ଥିବା ଏକ ନିମ୍ବ ଗଛରୁ କ୍ଷୀର ବାହାରୁଛି। ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମୁଛି। ମହିଳାମାନେ ଉକ୍ତ ଗଛ ମୂଳରେ ଫୁଲ ଓ ଦୀପ ଦେଇ ପୂଜାର୍ଚ୍ଚନା କରୁଛନ୍ତି। ଗତ ଶନିବାରଠାରୁ ଉକ୍ତ ଗଛରୁ ଧଳା ରଙ୍ଗର ଫେଣ ବାହାରୁଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଏହି ରସକୁ ଶ୍ରଦ୍ଧାଳୁମାନେ ପ୍ରସାଦ ରୂପେ ମଧ୍ୟ ଗ୍ରହଣ କରୁଛନ୍ତି। ତେବେ ଏହି ରସ ମିଠା ଓ ପିତା ଲାଗୁଥିବା ଶ୍ରଦ୍ଧାଳୁମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *