ଅସହାୟା ନାବାଳିକା ର କରୁଣ କାହାଣୀ :ମା ସଜେଇ ଜୀବନ  ନର୍କ ରେ ଭରିଦେଲେ କାମୁକ ପ୍ରଧାନ ଶିକ୍ଷକ

ଛୋଟ ଝିଅଟିଏ  ବୟସ 14 ନବମ ଶ୍ରେଣୀରେ ପାଠ ପଢୁଥାଏ ,ଆଶା କରିଥିଲା ବହୁତ  ପାଠ ପଢିବ  ବାପା ମା ର ନାଁ ରଖିବ ଆଶା କିନ୍ତୁ ଆଶାରେ ରହିଗଲା ସପ୍ନ ହେଇଗଲା  ମରୁ ମରୀଚିକା ର ଝଡ I ହଠାତ ସୁନାମି ବେଗରେ  ଛୋଟିଆ ଜୀବନ ରେ ସତେ ଯେପରି  ମାଡି ଆସିଲା ପ୍ରଳୟ ରୁପି ପ୍ରଧାନ ଶିକ୍ଷକ ଙ୍କ ଖରାପ ନଜର ର କାମୁକତା I କିଛି ବୁଝିବା ଆଗରୁ ଛୋଟ ଝିଅଟି ହେଇସାରିଥିଲା ଅନ୍ତସ୍ୱତା I ହଁ ଆଂଜ୍ଞା ଏହା କୌଣସି ଗଳ୍ପ କିମ୍ବା କାହାଣୀ ନୁହେଁ ଛାତି  ଥରେଇଦେଲା ଭଳି ଘଟିଥିବା ଘଟଣା ଯାହାକି ଗତ  ଅକଟୋବର ମାସ କୋରାପୁଟ ବାଲଡା ସେବାଶ୍ରମ  ରେ ଘଟିଥିଲା I  ଆଉ ଖବର ଜଣାପଡିବା ପରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଗିରଫ ହେଇଥିଲେ କିନ୍ତୁ ନାବାଳିକା ଝିଅଟି ର ଜୀବନ ନର୍କ ହେଇଯାଇଥିଲା I ଯେଉଁ ବୟସରେ ନିଜର ଯତ୍ନ ନେଇପାରୁନଥିଲା ସେ ବୟସରେ ସେ ହେଇସାରିଥିଲା ଗର୍ଭବତୀ I କିଛି ଦିନ ତଳେ ନାବାଳିକା ଝିଅଟି  ଜନ୍ମ ଦେଇଛି  ଏକ ଶିଶୁ କନ୍ୟା I  ଝିଅଟିଏ  ଜନ୍ମ ପରେ ନାବାଳିକା ଜଣକ  ସମ୍ପୁର୍ଣ୍ଣ ମାନସିକ ଭାରସାମ୍ୟ ହରାଇ ବସିଛି I ପାଗଳାମି ରେ ବାଉଳି ଚାଉଳି ହେଉଛି ସେପଟେ ଜନ୍ମିତ ଝିଅଟି  ର ମଧ୍ୟ ମା କ୍ଷୀର ଅଭାବ ରେ ସ୍ୱାସ୍ଥ୍ୟ ଭଲ ନାହିଁ I ସତେ ଯେପରି ବୋଝ ଉପରେ ଲଳିତା ବିଡା I  ଗୁମୁରି ଗୁମୁରି ଝିଅଟି କହୁଛି କାହିଁକି ସାର ମୋ ଜୀବନକୁ ଏମିତି କଲେ ? ଶୁଣିବାକୁ କିନ୍ତୁ କେହି ନାହାନ୍ତି ଅଭିଯୁକ୍ତ ଗିରଫ ହେଲେ ବାସ ତାପରେ ଲୋକ ବି ସେ ଘଟଣାକୁ ଭୁଲିଗଲେ ହେଲେ ଭୁଲି ପାରୁନି ନାବାଳିକା ଝିଅଟି ,ମରି ମରି ବଞ୍ଚୁଛି ଏକ ଭିର୍ଣ୍ଣ ଜୀବନ I ମାତୃତ୍ଵ ଲାଭ ପରେ ଯନ୍ତଣାରେ ଛଟପଟ ହେଉଛି | ପୂର୍ବରୁ ତାର ମାନସିକ ଅବସ୍ଥା ଭଲ ନଥିବା ବେଳେ ଗତ କାଲିଠୁ ତାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଇପଡିଛି | ପରିବାର ଲୋକେ ତାକୁ ଲମତାପୁଟ ଆଶା କିରଣ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି Iପାଖରେ ମଧ୍ୟ ଆର୍ଥିକ ସାହାଯ୍ୟ ନାହିଁ I  ପରିବାର ନାଁ ଦେଖିପାରୁଛନ୍ତି ନିଜ ଝିଅର କରୁଣ ଅସହାୟ ଅବସ୍ଥା ନାଁ ସହି ପାରୁଛନ୍ତି I

ଅସହାୟା ନାବାଳିକା  ଜୀବନ ସହିତ ଯୁଝୁଛି ଲମତାପୁଟ ଆଶା କିରଣ ଡାକ୍ତରଖାନାରେ ନିଜ କଅଁଳ ନିଷ୍ପାପ ଝିଅ ସହିତ  ସାହାଯ୍ୟ କରିବାକୁ କେହି ନାହିଁ !! ଦୟାକରି ସାହାଯ୍ୟ ପାଇଁ ଆଗେଇ ଆସିବାକୁ ବୁଦ୍ଧିଜୀବୀ ମାନଙ୍କୁ ଅନୁରୋଧ

Leave a Reply

Your email address will not be published. Required fields are marked *