ପାରାଦ୍ୱୀପ ଉପନିର୍ବାଚନ ରେ ବିଜେଡ଼ିର ବାଜିମାତ୍

ପାରାଦୀପ  ପୌରସଂସ୍ଥାର ୬ ନମ୍ବର ଓ୍ୱାର୍ଡ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡି ଦଳର ପ୍ରାର୍ଥୀ ଥିବା ରଶ୍ମିତା ଦାସ ମାତ୍ର ୫୮ଟି ଭୋଟ ବ୍ୟବଧାନରେ  ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି । ବିଜେଡିର ରଶ୍ମିତା ଦାସ ୫୬୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଗାୟତ୍ରୀ ନାୟକ ୫୦୨ ଖଣ୍ଡ ଓ  କଂଗ୍ରେସର କଳ୍ପନା ବେହେରା ୪୩୦ ଖଣ୍ଡ ଭୋଟ ପାଇଥିଲେ ।


ଭାଜପା ଏଠାରେ ପ୍ରତିଦ୍ୱନ୍ଦୀତା କରିଥିଲେ ହେଁ ଦ୍ୱିତୀୟ ସ୍ଥାନରେ ରହିଛି। ଦଳର ବିଜୟକୁ ନବୀନ ବାବୁଙ୍କ ସୁଶାସନ ବୋଲି ବିଜେଡି ନଗର ସଭାପତି ସୁମନ୍ତ ବିଶ୍ୱାଳ କହିଛନ୍ତି।

Leave a Reply

Your email address will not be published. Required fields are marked *