ତୈଳ ଦର ବୃଦ୍ଧି କୁ ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ଶଗଡ଼ ଗାଡ଼ି ଦ୍ୱାରା  ପ୍ରତିବାଦ

ଦିନକୁ ଦିନ ହୁ ହୁ ହେଇ ବଢିଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର I ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଗତ ୩ବର୍ଷ ମଧ୍ୟରେ ୯ଥର ବୃଦ୍ଧି ହୋଇଥିବା ବିଜେଡି  ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।  ଏବେ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୭୦ ଓ ଡିଜେଲ ଦର ୬୬ଟଙ୍କା ଟପିଛି I ଯୋଉଁଥିପାଇଁ ଆଜି ଏକ ନିଆରା ଢଙ୍ଗରେ ଶଗଡ଼ ଗାଡ଼ିରେ  ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Leave a Reply

Your email address will not be published. Required fields are marked *