ଫେସବୁକ ରେ ପ୍ରେମିକା ର ଅଶ୍ଳୀଳ ଭିଡିଓ ଛାଡି  ଦଗାବାଜ ପ୍ରେମିକ  ଗିରଫ

ପ୍ରେମ କରୁଥିଲେ ଦୁହେଁ ଦୁହିଁକୁ ନିବିଡ଼ତା ଭାବରେ ଯେଉଁଥିପାଇଁ ଡ଼େଇଁଯାଇଥିଲେ ଯୌବନ ର  ସବୁ ସୀମା I  କୌଣସି କାରଣ ବଶତଃ ପ୍ରେମିକା ଦୂରେଇଯାଇଥିଲା ପ୍ରେମିକ ଠାରୁ ଯାହାକି ସହ୍ୟ କରିପାରିନଥିଲା ହତାଶିଆ ପ୍ରେମିକ I ପ୍ରେମିକ  ନାଁ ସୁବାଶିଷ ରାଉତରାୟ। 


ଘର କଟକର ନିଆଳି ଥାନା ଅଧୀନ ଜଲାଲପୁରରେ। ସେ ୟୁନିଟ-୩ରେ ରହୁଥିଲା। ପ୍ରେମିକା ଦୂରେଇଯିବା ପରେ ପ୍ରତିଶୋଧ ପାଇଁ  ଆଗରୁ ରେକର୍ଡିଙ୍ଗ କରି ରଖିଥିବା ଅନ୍ତରଂଗ ସମ୍ପର୍କ ବେଳର ଦୃଶ୍ୟକୁ ମୋବାଇଲ୍‌  ରେ ପ୍ରେମିକା କୁ ପଠାଇ  ବ୍ଲାକମେଲ୍‌ କରିବାକୁ ଲାଗିଲା  ଏବଂ ପରେ ପ୍ରେମିକା ନାଁରେ ଏକ ଜାଲ୍‌ ଫେସ୍‌ବୁକ୍‌ ଆଇଡି ଖୋଲି ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଅନ୍ୟ ଅଶ୍ଳୀଳ ଭିଡିଓ ସେୟାର କରିଥିଲା। । ଏଥିରେ ଅତିଷ୍ଠ ହେବା ପରେ ଯୁବତୀଙ୍କ ଭାଇ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଗ୍ରହଣ କରି ହତାଶିଆ ପ୍ରେମିକ  ସୁବାଶିଷକୁ ଗିରଫ କରିବା ସହିତ ସେ ବ୍ୟବହାର କରୁଥିବା ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଛି।

Leave a Reply

Your email address will not be published. Required fields are marked *