​ଓଡିଶା ବିଜୁଳି କର୍ମଚାରୀ ସଂଘ ର ସାଉଥକୋ  ମୁଖ୍ୟ  ବିଦ୍ୟୁତ ଅଫିସ ଆଗରେ ଅନିର୍ଦ୍ଧିଷ୍ଟ ଗଣଧାରଣା

ବିଦ୍ୟୁତ ଉପଭୋକ୍ତା ଏବଂ  କର୍ମଚାରୀ ମାନଙ୍କ ପ୍ରତି ହେଉଥିବା ଶୋଷଣ ର ପ୍ରତିବାଦ କରି ବ୍ରହ୍ମପୁର ବିଦ୍ୟୁତ ଡିଭିଜନ ର ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ କରି ସାଉଥ କୋ ମୁଖ୍ୟ କାର୍ଯ୍ୟାଳୟ ରେ ଗତ 16 ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ରେ ବସିରହିଛନ୍ତି I  ବିଦ୍ୟୁତ ଗ୍ରାହକ ମାନଙ୍କୁ ଉଚିତ ସେବା ଯୋଗାଇଦେବା , ଫ୍ରାଞ୍ଚାଇଜ ଉଛେଦ କରିବା ,ଠିକା କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି  ଦେବା ,ମୃତ କର୍ମଚାରୀ ଙ୍କ ଉତ୍ତରାଧିକାରୀ  ଙ୍କୁ ଯୋଗ୍ୟତା ଭିତ୍ତିକ ନିଯୁକ୍ତି ଏବଂ ଖାଲି ପଡିଥିବା ପଦବୀ ଗୁଡିକୁ ତୁରନ୍ତ ପୂରଣ ନକରିବା ପର୍ଯ୍ୟନ୍ତ ସାଉଥ କୋ ଅଫିସ ରେ ଅନିର୍ଦ୍ଧିଷ୍ଟ ଗଣଧାରଣା ଜାରି ରହିବ ବୋଲି ସଂଘ ତରଫରୁ ସଭାପତି ଅଳି କିଶୋର ପଟ୍ଟନାୟକ ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *