ଯାଜପୁର ଅଞ୍ଚଳର ଜୈନକ ଯୁବତୀ ରମାଦେବୀ କଲେଜ ରେ ପାଠ ପଢିବା ପାଇଁ ଭୁବନେଶ୍ୱର ସହିଦନଗର ରେ ଥିବା ନିଜ ବଡ ଭଉଣୀ ଓ ଭିଣେଇ ଙ୍କ ସହ ରହୁଥିଲେ। ଆର୍ଥିକ ଅସୁବିଧା ଯୋଗୁ ତାଙ୍କ ଭଉଣୀ ଓ ଭିଣେଇ ତାଙ୍କୁ ବାହାରେ କାମ କରିବା ପାଇଁ ବାଧ୍ୟ କରୁଥିଲେ। ଏଥିରେ ଅରାଜି ହେବାରୁ ବଡ ଭଉଣୀ ତାଙ୍କୁ ନିଆଁ ଚେଙ୍କ ଦେବା ସହିତ ନିରଧୁମ ମାଡ ମାରୁଥିଲେ I ଦୀର୍ଘ ଛ ମାସ ଧରି ଭଉଣୀ ଙ୍କ ଅତ୍ୟାଚାର ସହି ନପାରି ଶେଷରେ ଯୁବତୀ ଜଣକ କଲେଜ ରେ ଜଣାଇବା ପରେ କଲେଜ କର୍ତ୍ତୃପକ୍ଷ ଙ୍କ ସହାୟତାରେ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ ଜଣକ ।। ପୋଲିସ ତରଫରୁ ତଦନ୍ତ ଜାରିରହିଛି I