ଆସନ୍ତାକାଲି  ବିଜେପି  ରେ ଯୋଗଦେବେମିହିର ଦାସ ଏବଂ  ଅଭିନେତ୍ରୀ ଅନୁ ଚୌଧୁରୀ

ଆସନ୍ତାକାଲି  ବିଜେଡି ଛାଡି  ବିଜେପି  ରେ ଯୋଗଦେବେ ଓଡିଶା ର ଘରେ ଘରେ ପରିଚିତ ପ୍ରିୟ  ଅଭିନେତା ମିହିର ଦାସ ଏବଂ  ଅଭିନେତ୍ରୀ ଅନୁ ଚୌଧୁରୀ  ଏନେଇ  ବିଜେପି ମୁଖପାତ୍ର ସ୍ପଷ୍ଟ କରିଛନ୍ତି I 

 ଅଧିକ ସୂଚନା ଦେଇ ମିହିର ଦାସ କହିଛନ୍ତି  ଆଗରୁ ଲୋକ ମାନଙ୍କ ମନୋରଞ୍ଜନ କରୁଥିଲି ଏବେ ପ୍ରତ୍ୟକ୍ଷ ଭାବରେ ଲୋକ ମାନଙ୍କ ସହିତ ଯୋଡି ହେଇ କିଛି ସେବା କରିବାକୁ  ଚାଁହୁଛି I   ଦଳ ତରଫରୁ ତାଙ୍କୁ ଯେଉଁ କାର୍ଯ୍ୟ ନ୍ୟସ୍ତ କରାଯିବ ସେ ଦୃଢତାର ସହିତ ସମ୍ପାଦନ କରିବେ  I

 ଜୀବନ ଶେଷ ପର୍ଯ୍ୟନ୍ତ ଲୋକ ମାନଙ୍କ ସହିତ ରହିବାକୁ ବଦ୍ଧପରିକର I  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ବିକାଶମୂଳକ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ମିହିର ଦାସ। ସେ ଆହୁରି କହିଛନ୍ତି ଯେ, ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଏବଂ ଗରିବକଲ୍ୟାଣ ଯୋଜନାର ସଫଳ ରୂପାୟନ ଦ୍ୱାରା ହିଁ ଦେଶର ବିକାଶ ସମ୍ଭବ। ରାଜ୍ୟକୁ ବିକାଶର ଧାରାରେ ସାମିଲ ହେବା ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ।  ପୂର୍ବରୁ ମିହିର ଦାସ ବିଜେଡି ପାଇଁ ପ୍ରଚାର କରିଥିଲେ ମଧ୍ୟ ଏବେ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିବାକୁ ଯାଉଛନ୍ତି। ଏଥିସହ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେବାକୁ ଇଛା କରିଥିବା କହିଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ।  ଆସନ୍ତାକାଲି ବିଜେପିର ମିଶ୍ରଣ କାର୍ଯ୍ୟକ୍ରମରେ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ସମେତ ବିଜେଡି ଛାଡ଼ିଥିବା ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ ମଧ୍ୟ ଯୋଗ ଦେବେ ବୋଲି ଦଳୀୟ କାର୍ଯ୍ୟାଳୟରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *