ଜିଲ୍ଲାପାଳ ଙ୍କ ଅଫିସ ଆଗରେ ମଦ ବିକିଲେ ମହିଳା  ମାନେ

ମଦ ଉଜାଡିଦେଲାଣି ଅନେକ ମା ମାନଙ୍କ ପରିବାର,  ବାରମ୍ବାର ଗୁହାରି କଲେ ବି ବନ୍ଦ ହେଉନି ଦେଶୀ ଚୋରା ମଦ ବେପାର ,ଦେଶୀ କଥା ତ ଦୂରେ ଥାଉ ବାଲେଶ୍ୱର ସହର ସାରା ସରକାର ଙ୍କ ପକ୍ଷରୁ ବିଛେଇ ହେଇଯାଇଛି ବିଦେଶୀ ମଦ ଭାଟି I କାହା ପରିବାର ଉଜାଡିଗଲେ ସରକାର ଙ୍କ କଣ ଯାଉଛି ? ରାଜସ୍ବ ତ ମିଳୁଛି ନା!!   କିନ୍ତୁ ବାଲେଶ୍ୱର ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଦେଖିବାକୁ ମିଳିଥିଲା ଭିର୍ଣ୍ଣ ଏକ ଦୃଶ୍ୟ I ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ ଶହ ଶହ ମା ମାଉସି ମାନେ I 

ହାତରେ ଥିଲା ଦେଶୀ ବୋତଲ I  ଆହ୍ୱାନ ବି ଥିଲା ଖୋଲା ଖୋଲି ସରକାର ଙ୍କୁ ମଦ ପିଇବ ଆସ ସରକାର I  ଏ ମଦ ତୁମ ପାଇଁ !! ଥରେ ପିଇକି ଦେଖ କେମିତି ତମ ସଂସାର ଉଜୁଡ଼ୁଚି !! ହେଲେ ଏ ମା ମାନଙ୍କ କରୁଣ ନିବେଦନ ର ଆହ୍ୱାନ  କାହା କାନକୁ ଶୁଭୁନି ଦେଶୀ ମଦ ବନ୍ଦ କରିବା ରେ ସତେ ଯେପରି ବାଲେଶ୍ୱର ପ୍ରଶାସନ ସମ୍ପୂର୍ଣ ନିଷ୍କ୍ରିୟ I  ମିଳିଥିବା ଖବର ଅନୁଯାଇ ରେମୁଣା ବ୍ଲକ ମନ୍ଦାର ପଂଚାୟତ  କଥାସଙ୍ଗଡା  ଓ ଆଖପାଖ ଅଂଚଳ ରେ ଦେଶୀ ଚୋରା ମଦ  ଭାଟି ବାବଦରେ ମା ମାନେ  ନିକଟସ୍ଥ ଅବକାରୀ ବିଭାଗକୁ ଖବର ଦେଇଥିଲେ ହେଲେ ଅବକାରୀ ବିଭାଗ ମହିଳାଙ୍କ ଖବର କୁ ଗୁରୁତ୍ୱ ଦେଇନଥିଲେ I ତେଣୁ ମହିଳା ମାନେ ନିଜେ ଅଣ୍ଟା ଭିଡି ଚୋରା ମଦ ଭାଟି ଉପରେ ଚଢ଼ାଉ କରିଥିଲେ ଯାହାଫଳରେ ମଦ ବେପାରୀ ମାନେ ଖସି ପଳାଇଥିଲେ I ଆଉ ସେହି ମଦ ବୋତଲ କୁ ନେଇକି ପ୍ରଶାସନ ର ବିଫଳତା ପାଇଁ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଅଭିନବ ଉପାୟରେ ଧାରଣା ରେ ବସିରହିଥିଲେ ମା ମାନେ I

Leave a Reply

Your email address will not be published. Required fields are marked *