ବାରିପଦା ରେ ଚାଞ୍ଚଲ୍ୟ :-ରାସ୍ତା ମଝିରେ  ଯୁବକଙ୍କୁ  ଗୁଳିକରି ହତ୍ୟା

ଆଜି ସକାଳେ ବାରିପଦା ପାଲବଣି ଛକ ନିକଟରେ ରାସ୍ତା ମଝିରେ ଜଣେ  ଯୁବକଙ୍କୁ  ଗୁଳିକରି ହତ୍ୟା କରାଯାଇଛି I ମୃତ ଯୁବକ ପ୍ରଫୁଲ୍ଲ ନଗରର ପାର୍ଥସାରଥୀ ଦାସ ବୋଲି ଖବରରୁ ଜଣାପଡିଛି I 


ମିଳିଥିବା ସୂଚନା ଅନୁଯାଇ ଯୁବକ ଜଣକ ଏକ ବୁଲେଟ ନେଇ ଯାଉଥିବା ବେଳେ ଅତର୍କିତ ଭାବରେ ତାଙ୍କୁ ଗୁଳି କରାଯାଇଥିଲା ଏବଂ ଘଟଣା ସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା I ମୃତଦେହ ନିକଟରୁ ପୋଲିସ ଗୋଟିଏ ଖୋକା ଜବତ କରିଛି ଯଦିଓ ଗୁଳିକାଣ୍ଡ ର ରହସ୍ୟ ଜଣାପଡ଼ିନି ତେବେ 

ବ୍ୟବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ୍‌ ଘଟଣା ସ୍ଥଳରେ ପହଂଚି  ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *