‘ଶ୍ରେଷ୍ଠ ପ୍ରଶାସକ’ ପରେ ନବୀନ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

ଆଉଟ ଲୁକ ଦ୍ୱାରା ଦେଶର ‘ଶ୍ରେଷ୍ଠ ପ୍ରଶାସକ’  ଭାବରେ ଭୂଷିତ ହେବାପରେ  ଏବେ  ପୁଣି ଥରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ  ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ଗୌରବର ଅଧିକାରୀ  ମିଳିବାକୁ ଯାଉଛି । 

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ରାଜ୍ୟର ସାମଗ୍ରିକ ବିକାଶ ଏବଂ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କର ଭୂମିକା ସହିତ ନିଜକୁ ଜଣେ ସଚ୍ଚୋଟ ଓ ନିର୍ବିବାଦୀୟ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିଥିବାରୁ ମହାରାଷ୍ଟ୍ର ବୈଷୟିକ ପ୍ରତିଷ୍ଠାନ(ଏମ୍‌ଆଇଟି)-ପୁନେ ବିଶ୍ୱ ଶାନ୍ତି ବିଶ୍ୱବିଦ୍ୟାଳୟ(ଡବ୍ଲୁପିୟୁ) ପକ୍ଷରୁ ଏହି ପୁରସ୍କାର ପାଇଁ  ନବୀନଙ୍କୁ ଯୋଗ୍ୟ ବିବେଚିତ କରିଛନ୍ତି I 

ମହାରାଷ୍ଟ୍ର ବୈଷୟିକ ପ୍ରତିଷ୍ଠାନ(ଏମ୍‌ଆଇଟି)-ପୁନେ ବିଶ୍ୱ ଶାନ୍ତି ବିଶ୍ୱବିଦ୍ୟାଳୟ(ଡବ୍ଲୁପିୟୁ) ପକ୍ଷରୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ନବୀନ ଙ୍କୁ  ବିବେଚନା କରାଯାଇଛି ।ଆସନ୍ତା ୨୧ ତାରିଖରେ ଏମ୍‌ଆଇଟି ଏବଂ ଡବ୍ଲୁପିୟୁ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟମ ଭାରତୀୟ ଛାତ୍ର ସଂସଦ ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂହ ପାଟିଲ ସମ୍ବର୍ଦ୍ଧିତ କରିବେ ।   

ପୁନେର କୋର୍ଥୁଡଠାରେ ଭାରତୀୟ ଛାତ୍ର ସଂସଦ ପକ୍ଷରୁଅନୁଷ୍ଠିତ ହେବାକୁ ଥିବା ଏହି ତିନିଦିନିଆ ସମ୍ମିଳନୀରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୧୦ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ, ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ମନ୍ତ୍ରାଳୟ ଏବଂ କ୍ରୀଡା ଓ ଯୁବକଲ୍ୟାଣ ମନ୍ତ୍ରାଳୟ ସହିତ ମହାରାଷ୍ଟ୍ର ସରକାରଙ୍କ ମିଳିତ ସହାୟତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର, କେନ୍ଦ୍ର କ୍ରୀଡାମନ୍ତ୍ରୀ କର୍ଣ୍ଣେଲ ରାଜବର୍ଦ୍ଧନ ସିଂହ ରାଠୋର ପ୍ରମୁଖ ଯୋଗଦେବେ । ଏହାସହିତ ପୁନେର ମେୟର ମୁକ୍ତା ତିଲକ,ମହାରାଷ୍ଟ୍ରର ଉଚ୍ଚଶିକ୍ଷା ମନ୍ତ୍ରୀ ବିନୋଦ କାୱାଡେ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *