ଫେସବୁକ ରେ ସତ୍ୟପାଠ ପଢୁଛନ୍ତି ସତ୍ୟ ନାୟକ

ଓଡିଶା ଗଣମାଧ୍ୟମ ରେ ଦିନେ ନିଜର ନିର୍ଭିକ ଏବଂ ରୋକ‌୍‍ଠୋକ‌୍‍  ଶାଣିତ ବାକ ଚାତୁରୀ ଦ୍ୱାରା ଯେ କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ଧରାଶାୟୀ କରିଦେଉଥିବା ଗୋଟିଏ ନାଁ ବୋଧହୁଏ କେଭେଁବି ଜନମାନସ ରୁ ଲିଭିବନି ସେ ହେଉଛନ୍ତି  ସତ୍ୟ ପ୍ରକାଶ ନାୟକ  I  ଏକଦା ଜି କଳିଙ୍ଗ ରେ ସତ୍ୟର ସାମ୍ନା ନାମକ ଶୋ ରେ ସତ୍ୟ କୁ ପଦାକୁ ଆଣିବାରେ ସତ୍ୟ ବାବୁ ଙ୍କ ନିର୍ଭିକତା ଏବଂ ଉପସ୍ଥାପନା ଶୈଳୀ ସବୁ ବର୍ଗର  ଦର୍ଶକ ମନକୁ ଛୁଇଁ ଯାଇଥିଲା  I  

କିନ୍ତୁ  ହଠାତ  ଜି କଳିଙ୍ଗ ଏବଂ ସତ୍ୟ ବାବୁ ଙ୍କ ଭିତରେ ସମନ୍ୱୟ ଅଭାବ ଯୋଗୁଁ  ବୋଧହୁଏ ଚାନେଲ ଛାଡିଥିଲେ ସତ୍ୟ ପ୍ରକାଶ I ଆଉ ତା ପରେ ସତ୍ୟ ର ସାମ୍ନା କାର୍ଯ୍ୟକ୍ରମ  ମଧ୍ୟ ବନ୍ଦ ହୋଇଯାଇଥିଲା ଏବଂ  ଜି କଳିଙ୍ଗ  ୟା ଭିତରେ ଓଡିଶାରୁ Head ଅଫିସ କୁ ଦିଲ୍ଲୀ କୁ ଉଠାଇନେଇଥିବାବେଳେ  ପୂର୍ବ ଭଳି ଜି କଳିଙ୍ଗ ଦର୍ଶକ ମାନଙ୍କ ପସନ୍ଦ ହେଇପାରିନି I ସେପଟେ ସତ୍ୟ ପ୍ରକାଶ  ଜି କଳିଙ୍ଗ ଛାଡି  ସମୟ ଏବଂ ପରେ  ETV  ନ୍ୟୁଜ ଚାନେଲ ମୁଖ୍ୟ ଭାବରେ ଯୋଗଦାନ କରିଥିଲେ ମଧ୍ୟ ଦର୍ଶକ ମାନଙ୍କର  ସେତେ ନିକଟତର ହେଇପାରିନଥିଲେ   I 

 ଏବେ କିନ୍ତୁ  ସତ୍ୟପ୍ରକାଶ ନାୟକ  ଙ୍କୁ ଦେଖିବାକୁ ମିଳୁଛି  ଫେସବୁକ ର ସତ୍ୟପାଠରେ । ଫେସ‌୍‍ବୁକ‌୍‍ ରେ ସତ୍ୟପାଠ ପଢୁଛନ୍ତି ସତ୍ୟ ବାବୁ ନିୟମିତ ଭାବରେ  ,ସରକାର ଓ ବିପକ୍ଷ  ନେତାଙ୍କୁ ସମାଲୋଚନା ଜାରି ରଖିଛନ୍ତି  ଶାଣିତ ଭାବରେ I ନିଜର ନିଆରା ଖବର ପ୍ରସାରଣ ପାଇଁ ଚର୍ଚିତ ସତ୍ୟ ବାବୁଙ୍କୁ  ସୋସିଆଲ ମିଡିଆରେ ମିଳିଛି ଆଶାତୀତ  ଲୋକପ୍ରିୟତା ।  ପାଖାପାଖି  ସତୁରି ଟି ସତ୍ୟପାଠ କରିସାରିଲେଣି ୟା ଭିତରେ  ଏବଂ ବାର ହଜାର ରୁ ଊର୍ଧ୍ୱ ଫଲୋୟର  ମଧ୍ୟ  ଯୋଡି ହେଲେଣି ସତ୍ୟ ବାବୁଙ୍କ ସତ୍ୟପାଠ ସହିତ ,ପ୍ରତି ଟି ସତ୍ୟପାଠ  ଲାଇଭ‌୍‍  ରେ ଦର୍ଶକ ଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି  I 

ତେବେ ଆଜିର ତଥାକଥିତ ସମାଜରେ  ରାଜନୈତିକ  ଦଳ  ଦ୍ୱାରା ପରିଚାଳିତ କିଛି  ଗଣମାଧ୍ୟମ ର ହାତବାରିଷି ନହୋଇ ସବୁବେଳେ ସତ୍ୟକୁ ସାମ୍ନା କୁ ଆଣିବାକୁ ଚେଷ୍ଟା କରୁଥିବା ସତ୍ୟ ବାବୁ ଙ୍କୁ ଓଡିଶା Exclusive  ତରଫରୁ ଅଭିନନ୍ଦନ ଏବଂ ସଫଳତା କାମନା କରୁଅଛୁ I


[email protected]

Leave a Reply

Your email address will not be published. Required fields are marked *