ସ୍ୱାଧୀନତାର ୭୦ ବର୍ଷ ପରେ  ମାଲକାନଗିରି ରେ ଜଳିଲା ବିଜୁଳି :ଶଗଡ଼ ଏବଂ ଘୋଡା ଗାଡ଼ିରେ  ବୁହାହେଲା ବିଦ୍ୟୁତ୍ ସାମଗ୍ରୀ

ବିଜୁଳି  ଲାଇଟ ରେ ସାରା ମାଲକାନଗିରି ଆଲୋକିତ ହେଇଉଠିଛି I ମାଲକାନଗିରି ମାଓ ଅଧ୍ୟୁଷିତ ଅନ୍ଧାରୀ ଇଲାକାରେ ପ୍ରଥମ ଥର ପାଇଁ  ବୁଡି ଅଂଚଳର ୯୭ଟି ଗାଁକୁ ପହଁଚିଛି ବିଜୁଳି । ଏଥିସହ ମାଲକାନଗିରି ଜିଲ୍ଲାର ୮୯୨ ଟି ରାଜସ୍ୱ ଗାଁ ଓ ୧୧୪୨ ଟି ପଡା ଆଲୋକିତ ହୋଇପାରିଛି  Iପ୍ରଥମ ପର୍ଯ୍ୟାୟରେ  ବିଦ୍ୟୁତ ପାଇଁ ୧୦୪ କୋଟି ଖର୍ଚ ହୋଇଛି   । ଘରେ ଘରେ ଖୁଶିର ଲହରୀ I । ଘରେ ଘରେ ବଲ ଜଳୁଛି , ଟିଭି ଲାଗିଛି , ମୋବାଇଲ୍ ବି ଚାର୍ଜ  ହେଉଛି ।  ସତେ ଯେପରି ସେମାନଙ୍କ ପାଇଁ ଏବେ ଦିନ-ରାତି ଏକା  ହେଇଯାଇଛି । ମାଲକାନଗିରିର ମାଓବାଦୀଙ୍କ ଚରାଭୂଈଁ ଚିତ୍ରକୋଣ୍ଡା  ପାହାଡ ପର୍ବତ ଓ ଘଂଚ ଜଙ୍ଗଲ ଘେରା ଦୁର୍ଗମ ଅଂଚଳକୁ ବିଜୁଳି ପହଁଚାଇବା ନିହାତି ଭାବରେ ବିଦ୍ୟୁତ ବିଭାଗ ଏବଂ ସରକାର ଙ୍କ ପାଇଁ ଚାଲେଞ୍ଜ ଥିଲା I  ଶଗଡ଼ ଏବଂ ଘୋଡା ଗାଡ଼ିରେ ରେ ବିଦ୍ୟୁତ୍ ସାମଗ୍ରୀ ବୁହା ହେଇ ଜଳବନ୍ଦୀ ଅଂଚଳରେ  ଡଙ୍ଗାରେ ପହଁଚିଥିଲେ କର୍ମଚାରୀ ।  ବହୁ ପରିଶ୍ରମ ପରେ ଶେଷରେ ବିଦ୍ୟୁତ  ସଂଯୋଗ  ପାଇଲେ ମାଲକାନଗିରି ବାସି । 

Leave a Reply

Your email address will not be published. Required fields are marked *