ଓଡ଼ିଶାରେ  ବିରଳ  ବଦାନ୍ୟ ବ୍ୟକ୍ତିତ୍ୱ: 250 ଗରିବ ଭୂମିହୀନଙ୍କୁ   ବାଣ୍ଟି ଦେଲେ ନିଜ  କୋଟିଏ ରୁ ଉର୍ଦ୍ଧ ସମ୍ପତି ର ଜମି

କୁହାଯାଏ  ଧନ ସମ୍ପତି  ର ଲୋଭ ସମସ୍ତଙ୍କୁ କବଳିତ କରିଥାଏ , ଏହାକୁ କିନ୍ତୁ ଭୁଲ ପ୍ରମାଣିତ କରିଛନ୍ତି  ଆମ ଓଡ଼ିଶାର ସୂର୍ଯ୍ୟନାରାୟଣ ଆଚାରୀ ।  ଘର ଜୟପୁର ସହରର ସମ୍ବାରତୋଟ ଅଞ୍ଚଳରେ I  ନିଜେ ଏକ ଭଡା ଘରେ ରହୁଛନ୍ତି I  ୨୦୦୨ରେ ସୂର୍ଯ୍ୟନାରାୟଣ ଜୟପୁର ତହସିଲ ଟାଙ୍କୁଆ ପଞ୍ଚାୟତ ଜଗନ୍ନାଥପୁର ମୌଜାର ଖାତା ନମ୍ବର ୪୬/୫୪୧ର ଥିବା ୨ଏକର ୩୦ ଡେସିମିଲ ଜମି କିଣିଥିଲେ।  ଯାହା ବର୍ତମାନ ଏକ କୋଟିରୁ  ଉର୍ଦ୍ଧ ହେବ। କିନ୍ତୁ  ଦାନ କରିବାକୁ ଭଲ ପାଉଥିବା ସୂର୍ଯ୍ୟନାରାୟଣ  ଜୟପୁର ଅନ୍ତର୍ଗତ  ସ୍ଥାନୀୟ ବେଲ ରୋଡ୍‌ସ୍ଥିତ ବୀର ବ୍ରହ୍ମେନ୍ଦ୍ର ସ୍ବାମୀ ମନ୍ଦିର ପ୍ରାଙ୍ଗଣରେ  250 ଗରିବ  ଭୂମିହୀନଙ୍କୁ  ଏହି ଜମିପଟ୍ଟା ଓ ଦଲିଲ ବାଣ୍ଟିଥିଲେ  ଏବଂ ସେହି ଜମିରେ ଘର କରିବା ପାଇଁ ସେହି ଗରିବ ମାନଙ୍କୁ  ସରକାର ସହାୟତା ଯୋଗାଇ ଦିଅନ୍ତୁ ବୋଲି  ବୋଲି ଆଚାରୀ   ସରକାର ଙ୍କୁ ଅନୁରୋଧ କରିଛନ୍ତି । ବଡ କଥା ଆଚାରୀଙ୍କ କାର୍ଯ୍ୟକୁ ସମର୍ଥନ ଜଣାଇ ଗୁରୁବାର ଜମିପଟ୍ଟା ବଣ୍ଟନ ଉତ୍ସବରେ ତାଙ୍କ ପତ୍ନୀ ରାବଣାମ୍ମା, ପୁଅ ଏମ୍‌. ଶ୍ରୀନିବାସ ଓ ଏମ୍‌. ରମେଶ ଉପସ୍ଥିତ ଥଲେ । ଉଲ୍ଲେଖଯୋଗ୍ୟ  ୧୯୯୯ରେ  ସେ ନିଜ ହାତରୁ ୭ଲକ୍ଷ ଟଙ୍କା ଖର୍ଚ୍ଚକରି ସେହି  ବୀର ବ୍ରହ୍ମେନ୍ଦ୍ର ସ୍ବାମୀ ମନ୍ଦିର ନିର୍ମାଣ କରାଇଥିଲେ।   

ଏବେକାର ସ୍ବାର୍ଥନ୍ବେଷୀ ଯୁଗରେ ଏପରି ଦାନ ବୀର ଙ୍କୁ  ଯେତେ ପରିମାଣରେ ପ୍ରଶଂସା କଲେ କମ  ହେବ ନିଚୟ I

Leave a Reply

Your email address will not be published. Required fields are marked *