କୁନ୍ଦୁଲି ପୀଡିତା ଙ୍କୁ ନେଇ  ମୃତ୍ୟୁ ପରେ ବି ଚାଲିଛି ହୀନ ରାଜନୀତି

ନବମ ଶ୍ରେଣୀର କୋମଳମତି ନାବାଳିକା ଟିଏ ୪ଜଣ ଯବାନ ଙ୍କ ଦ୍ୱାରା  ଗଣଦୁଷ୍କର୍ମ ହେବା ପରେ  ନ୍ୟାୟ ପାଇଁ ଦଉଡ଼ି ଦଉଡ଼ି ଶେଷରେ ମାନସିକ ଭାରସମ୍ୟ ହରାଇ ଗଣଦୁଷ୍କର୍ମ ର ୧୦୦ ଦିନ ପରେ ରସି ଲଗାଇ ଆତ୍ମହତ୍ୟା ପଥକୁ ବାଛିନେଲା   । ପୂର୍ବରୁ ବାରମ୍ବାର ପୀଡିତା ଜଣକ କହୁଥିଲା ମୋ ଉପରେ ମାନସିକ ଚାପ ପକାଯାଉଛି , ମୋ ଜୀବନ ପ୍ରତି ବିପଦ ଅଛି ହେଲେ  ତା କଥା ଶୁଣୁଛି  କିଏ ? ଏଠି ତ ସମସ୍ତଙ୍କର ଗୋଟେ ଇସ୍ୟୁ ଦରକାର ନା  ହୀନ ରାଜନୀତି ପାଇଁ I  ଏ ହୀନ ରାଜନୀତି ପାଖରେ କୁନ୍ଦୁଲି ର ଇଜ୍ଜତ କୁ ପଚାରେ   କିଏ  ?  ବଂଚିଥିବା ବେଳେ ପୀଡ଼ିତାଙ୍କୁ ନେଇ ବହୁତ ରାଜନୀତି କରିଥିଲେ ରାଜ୍ୟର  ସମସ୍ତ ରାଜନୈତିକ ଦଳ ଗୁଡ଼ିକ ।ଆଉ ଏବେ ମଲା ପରେ ବି ରାଜନୀତି କରିବାକୁ ପଛାଉ ନାହାନ୍ତି ରାଜନେତାମାନେ । ଛି ଏଇ  କଣ ଆମ ମାନସିକତା ? ରାଜନୀତି ? ଶାସକ ଦଳ ପାଇଁ ଏହା ଏକ ଅତି ନିନ୍ଦନୀୟ ଘଟଣା ଯେ ଦୀର୍ଘ  ୧୦୦ ଦିନ ପରେ  ମଧ୍ୟ ସେମାନେ ନାବାଳିକା କୁ ନ୍ୟାୟ ଦେଇ ପାରିଲେନି ଯାହା ଫଳରେ ନାବାଳିକା ଟି ବାଧ୍ୟ ହେଇ ଆତ୍ମ ହତ୍ୟା କଲା I ତେବେ ଆଗ ଧାଡ଼ିର ଡିଣ୍ଡିମ ପିଟୁଥିବା ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଗୁଡିକ ଏବଂ  ବିରୋଧୀ ଦଳ ମାନେ କୁଆଡେ ଯାଇଥିଲେ ଆଜି ପର୍ଯ୍ୟନ୍ତ  ?

ଅକ୍ଟୋବର ୧୦ ତାରିଖରେ  ପୀଡିତା ଗଣଦୁଷ୍କର୍ମ ଶିକାର ହେଇଥିଲେ ୪ଜଣ ଯବାନ  ଙ୍କ ଦ୍ୱାରା ଏବଂ ପରେ ଗୁରୁତ୍ୱର ଅବସ୍ଥାରେ କୋରାପୁଟ ମେଡ଼ିକାଲରେ ଭତ୍ତିହେଲେ । I ବୋଧହୁଏ ଯବାନ ମାନଙ୍କର କୁକର୍ମ କୁ ଲୁଚାଇବାକୁ ଖୋଦ ପୋଲିସ ଡ଼ିଜି ମହୋଦୟ ଜବାବ ରଖିଲେ “ଯବାନ ଏହି ଦୁର୍ଷମରେ ସଂପୃକ୍ତ ନାହାନ୍ତି”  ।ଯାହାକୁ ନେଇ ସେତେବେଳେ ବହୁ ତୁମ୍ବିତୁଫାନ ହେଇଥିଲା  I ଏହାକୁ ନେଇ ଉଭୟ ବିରୋଧୀ ଦଳ   ରାଜରାସ୍ତାକୁ ଓହ୍ଲାଇ ଥିଲା ।  ତେବେ ସବୁଠୁ ବଡ ବିସ୍ମୟ ଲାଗିଥିଲା ସେତେବେଳେ ଯେତେବେଳେ ଏଚଆପିସି ଏଡ଼ିଜି ବୟାନ ରଖିଥିଲେ ଯେ  ” ପୀଡ଼ିତା ସହ ଦୁର୍ଷମ ହୋଇନାହିଁ ବୋଲି   ”  ନୀରିହା ନାବାଳିକା ଝିଅଟେ କେତେ ବା ସହିବ ? ମାନସିକ ଭାରସାମ୍ୟ ହରାଇବସିଲା I ଏପରିକି ଖୋଦ ପୋଲିସ ଡ଼ିଜି ତାଙ୍କୁ ୯୦ ହଜାର ଟଙ୍କା ଅଫର କରି କେଶ କୁ ରଫାଦଫା କରିଦେବାକୁ ଚାପ ପକାଉଥିବା  ଅଭିଯୋଗ  ମଧ୍ୟ ଗଣମାଧ୍ୟମ ରେ କଲା । ସମସ୍ତେ ସବୁ ଶୁଣିଲେ ତାକୁ ନ୍ୟାୟ ଦେବା ପାଇଁ  ଲଢେଇ କରିବେ ବୋଲି କହିଲେ । ହେଲେ କିଏ ବା ବୁଝିଲା ତା ବେଦନା ? ଶେଷରେ ବ୍ୟବସ୍ତା ଉପରୁ ଆସ୍ଥା ହରେଇଦେଲା ଝିଅଟି I ବୋଧହୁଏ ସେ ବୁଝିସାରିଥିଲା ଏଠି ତାକୁ କେଭେଁବି ନ୍ୟାୟ ମିଳିବନି ଠିକ ବେବିବା ଆଉ ଇତିଶ୍ରୀ ପରି I  ଦୁଷ୍କର୍ମ ବେଦନା ଠାରୁ ଲୋକଲଜ୍ୟା ଆଉ ନ୍ୟାୟିକ ଉପହାସ  ଆଉ ସାହିପାରିଲାନି   ବେକରେ ରଶି ଲଗେଇ ସବୁଦିନ ପାଇଁ ଝୁଲିପଡିଲା I ଭାବିଥିଲା ଅନ୍ତତଃ  ମୃତ୍ୟୁ ପରେ ଏବେ ସେ ଶାନ୍ତି ପାଇବ I କିନ୍ତୁ ନା  କିଏ ପଚାରେ ତା ଶାନ୍ତି କୁ ? ଯେଉଁଠି ଦୁଷ୍କର୍ମ ର 100 ଦିନ ପରେ ନ୍ୟାୟ ପାଇଲାନି ସେଠି ପୁଣି ଶାନ୍ତି ମିଳିବ ? ମୃତ୍ୟୁ ପରେ ଚାଲିଲା ହୀନ ରାଜନୀତି I ଅପାରଗ ସରକାର ଙ୍କ ନ୍ୟାୟିକ ବ୍ୟବସ୍ତା କୁ ସେପଟେ ବିରୋଧୀ ମାନଙ୍କ ସ୍ୱାର୍ଥ ପାଇଁ ଯେମିତି ମୋହରା ପାଲଟିଗଲା ଅସହାୟା  କୁନ୍ଦୁଲି ପୀଡିତା I ମୃତ୍ୟୁ ର 24 ଘଣ୍ଟା ଗଡିଯାଇଥିଲେ ବି ଏଯାଏ ଶବ ବ୍ୟବଚ୍ଛେଦ ହେଇ ପାରୁନି I  ତେବେ ଅସହାୟା  କୁନ୍ଦୁଲି ପୀଡିତା ର ମୃତ୍ୟୁ ପାଇଁ ଦାୟୀ କିଏ ? ସରକାର ଙ୍କ ବ୍ୟବସ୍ତା ଯେତିକି ଦାୟୀ ସେତିକି ପରିମାଣରେ  ଗଣମାଧ୍ୟମ, ବିରୋଧୀ ଦଳ , କଥାକଥିତ ସମାଜସେବୀମାନେ  ନୁହନ୍ତି କି  ? ସମସ୍ତେ କେବଳ ନିଜ ସ୍ୱାର୍ଥ ପାଇଁ ବ୍ୟସ୍ତ I ନଚେତ କେବଳ ସ୍ମାରକପତ୍ର ଓ ଗଣମାଧ୍ୟମରେ ବୟାନ ଦେଇ  ଦୀର୍ଘ 100 ଦିନ ପର୍ଯ୍ୟନ୍ତ ଚୁପ ହୋଇ ରହିଗଲେ କାହିକଁ? । ସରକାର ଦୋଷମୁକ୍ତ,ବିରୋଧୀ ଦୋଷ ଲଦିବା ଓ ଏହାକୁ ରାଜନୈତିକ ପ୍ରସଙ୍ଗ କରିବା , କଥାକଥିତ ସମାଜସେବୀମାନେ ଘଟଣାକୁ ନେଇ ନିଜର ପରିବା ପଣିଆ  ଜାହିର କରିବା ଓ ଗଣମାଧ୍ୟମ  ନିଜର ଟିଆର୍ପି ପାଇଁ  ବ୍ୟାକୁଳିତ ହେବା ଛଡା ମିଳିଲା କଣ ? କେହି ବି ଜଣେ ପୀଡ଼ିତା କିପରି ନ୍ୟାୟ ପାଇବା ସେ ଚିନ୍ତା କଲେ ନାହିଁ । ଏବେ କେବଳ ହୀନ ରାଜନୀତି ନୁହେଁ ତ ଆଉ କଣ ୟାକୁ କୁହାଯିବ  ?

Leave a Reply

Your email address will not be published. Required fields are marked *