କୁନ୍ଦୁଲି ପୀଡିତା ତତଲା ଲୁହରେ  ଜଳିଲା ସାରା ଓଡିଶା

ନ୍ୟାୟ ନପାଇ ଜୀବନ ହାରିଦେଲେ ସିନା ହେଲେ ସେ ତତଲା ଲୁହରେ ସାରା ଓଡିଶା ଆଜି ଜଳୁଛି I   କୁନ୍ଦୁଲି ପୀଡିତା ଆତ୍ମହତ୍ୟା  କୁ ନେଇ ଉଭୟ କଂଗ୍ରେସ ଏବଂ ବିଜେପି ପକ୍ଷରୁ ଆଜି ଓଡିଶା ବନ୍ଦ ଡାକରା ରେ ସମ୍ପୂର୍ଣ ଓଡିଶା ର ଅଖ ଚକ ବନ୍ଦ ହେଇଯାଇଛି I ସରକାର ଙ୍କ ତରଫରୁ ମଧ୍ୟ ଅପ୍ରୀତିକର ପରିସ୍ଥିତି କୁ ଏଡ଼ାଇବାକୁ  ଆଜି ସମସ୍ତ ସ୍କୁଲ ଏବଂ କଲେଜ ଗୁଡିକୁ ବନ୍ଦ କରିଦିଆଯାଇଛି I  ସେପଟେ  ଅଟୋ ମହାସଂଘ ମଧ୍ୟ ବନ୍ଦ କୁ ସମର୍ଥନ କରି ଆଜି ରାଜ୍ୟରେ ଅଟୋ ଚଳାଚଳ ବନ୍ଦ ରଖିଛି I ସକାଳୁ ସକାଳୁ ସମସ୍ତ ଜିଲ୍ଲା ରେ ଉଭୟ ବିଜେପି ଏବଂ କଂଗ୍ରେସ ପକ୍ଷରୁ ମୁଖ୍ୟ ରାସ୍ତା ଏବଂ ଷ୍ଟେସନ ଗୁଡିକରେ ଟ୍ରେନ ଗୁଡିକୁ ଅଟକା ଯାଇଛି I  ଷ୍ଟେସନ ଗୁଡିକରେ ଯାତ୍ରୀ ମାନେ ବହୁ ହଇରାଣ ହେବାର ପରିଲକ୍ଷିତ ହେଉଛି I  ବହୁ ଜାଗାରେ ଟାୟାର ଜଳାଯାଇ ରାସ୍ତା ରୋକ କରାଯାଇଛି I ଡିଜିପି ଅଫିସ ଘେରାଓ ବେଳେ  କଂଗ୍ରେସ ର ବହୁ କର୍ମୀ ଙ୍କୁ ଗିରଫ କରାଯାଇଛି  ଏବଂ  ସଚିବାଳୟ ରେ ବିରୋଧ କରୁଥିବା ବେଳେ  ବହୁ ବିଜେପି କର୍ମୀ ଙ୍କ   ସହିତ ବିଜେପି ମହିଳା ମୋର୍ଚ୍ଚା   ନାରୀ  ନେତ୍ରୀ ପ୍ରଭାତୀ ପରିଡା ଏବଂ ଲେଖାଶ୍ରୀ ସାମନ୍ତ ସିଂହାର ଙ୍କୁ  ପୋଲିସ ଅଟକ ରଖିଛି I

Leave a Reply

Your email address will not be published. Required fields are marked *