ବାହାଘର ପାଇଁ  କୋଟିଏ ଯୌତୁକ ଦାବି : ଭାଙ୍ଗିଗଲା ବାହାଘର :ଥାନାର ଦ୍ୱାରସ୍ଥ  ମଙ୍ଗୁଳା କନ୍ୟା

ଯୌତୁକ ପାଇଁ ଯେତେ ସଚେତନତା କରାଗଲେ ମଧ୍ୟ ଯୌତୁକ ରାକ୍ଷାସ ମାନେ କେଭେଁବି ନିଜ ସ୍ୱାର୍ଥ ରୁ ଓହରିନଥାନ୍ତି I  ସାମାନ୍ୟ  କେତେଟା ଯୌତୁକ ପାଇଁ ଯେ ଗୋଟେ ନିରୀହ ଝିଅର ଜୀବନ ନଷ୍ଟ ହେଇଯାଏ ସେକଥା ସେମାନେ ବୁଝିପାରନ୍ତି ନାହିଁ I ନିଜ ସ୍ୱାର୍ଥ ପାଇଁ  ମଣିଷ ଯେତେ ଶିକ୍ଷିତ ଓ ସଭ୍ୟ ହେଉଥିଲେ ମଧ୍ୟ ଯୌତୁକ ପାଇଁ ନିମ୍ନଗାମୀ ହୋଇପଡ଼ୁଛି। ଏହାର ଜ୍ଵଳନ୍ତ ଉଦାହରଣ ଅନୁଗୁଳରେ ଘଟିଛି। କିଛି ସମୟ ପରେ ହୋଇଥାନ୍ତା ବାହାଘର।  କନ୍ୟା ପକ୍ଷ ଅପେକ୍ଷା କରି ରହିଥାନ୍ତି ବର ର ଆଗମନକୁ  I ହେଲେ ବର ଘର ପକ୍ଷରୁ କେହି ଆସିଲେଣି ଦାବି ଥିଲା ଯୌତୁକ ବାବଦରେ ୧ କୋଟି ଟଙ୍କା I  


ଏତେ ଗୁଡ଼ାଏ ଟଙ୍କା  ହଠାତ ଯୋଗାଡ଼ କରି ପାରିଲେନି ଝିଅ ଘର ତେଣୁ ଭାଙ୍ଗିଗଲା ବାହାଘର I ଏନେଇ  ମଙ୍ଗୁଳା କନ୍ୟା ଥାନାରେ ଅଭିଯୋଗ୍ କରିଛନ୍ତି I  ସୂଚନା ଅନୁଯାଇ ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅଂଚଳର ଯୁବତୀଙ୍କ ସହ ଅନୁଗୁଳର ଶାନ୍ତି ସ୍ୱରୂପଙ୍କ ସହ ବାହାଘର ଠିକ୍ ହୋଇଥିଲା । ଉଭେୟ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି । ଗତ ୨୧ ତାରିଖରେ ଏକ ହୋଟେଲରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଝିଅଘର ଲୋକେ ଶାନ୍ତିସ୍ୱରୂପଙ୍କୁ ୨୦ ଲକ୍ଷ ଦେଇଥିଲେ । କିନ୍ତୁ ଶାନ୍ତିସ୍ୱରୂପଙ୍କ ପରିବାର ଲୋକେ ଯୌତୁକ ବାବଦରେ ୧ କୋଟି ଟଙ୍କା ଦାବି କରିଥିଲେ  ଏବଂ  ବେଦୀକୁ ଆସିନଥିଲେ  ବର ,ବାହାଘର ଭାଙ୍ଗିଗଲା ।  ତେଣୁ ଥାନାରେ ଅଭିଯୋଗ କରିଛନ୍ତି ମଙ୍ଗୁଳା କନ୍ୟା I ପୁଲିସ ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *