ସାଉଥ କୋ ମୁଖ୍ୟ ଅଫିସ ଧାରଣା ସ୍ଥଳରେ ସାଧାରଣ ତନ୍ତ୍ର ଦିବସ  ପାଳନ କଲେ  ବିଦ୍ୟୁତ କର୍ମଚାରୀ

ଦେଶରେ ୬୯ ତମ ସାଧାରଣତନ୍ତ୍ର ଦିବସ  ପାଳନ କରାଯାଉଥିବା ବେଳେ ବ୍ରହ୍ମପୁର  ସାଉଥ କୋ ମୁଖ୍ୟ ବିଦ୍ୟୁତ ଡିଭିଜନ ସାମ୍ନାରେ ବିଦ୍ୟୁତ କର୍ମଚାରୀ ପତାକା  ଉତ୍ତଳୋନ କରିଛନ୍ତି ଏକ ଅଭିନବ ଉପାୟରେ I ବିଦ୍ୟୁତ ଉପଭୋକ୍ତା ଏବଂ  କର୍ମଚାରୀ ମାନଙ୍କ ପ୍ରତି ହେଉଥିବା ଶୋଷଣ ,ବିଦ୍ୟୁତ ଗ୍ରାହକ ମାନଙ୍କୁ ଉଚିତ ସେବା ଯୋଗାଇଦେବା , ଫ୍ରାଞ୍ଚାଇଜ ଉଛେଦ କରିବା ,ଠିକା କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି  ଦେବା ,ମୃତ କର୍ମଚାରୀ ଙ୍କ ଉତ୍ତରାଧିକାରୀ  ଙ୍କୁ ଯୋଗ୍ୟତା ଭିତ୍ତିକ ନିଯୁକ୍ତି ଏବଂ ଖାଲି ପଡିଥିବା ପଦବୀ ଗୁଡିକୁ ତୁରନ୍ତ ପୂରଣ କରିବା  ଦାବିରେ  ପ୍ରତିବାଦ କରି ବ୍ରହ୍ମପୁର ବିଦ୍ୟୁତ ଡିଭିଜନ ର ସମସ୍ତ  ବିଦ୍ୟୁତ କର୍ମଚାରୀ କାର୍ଯ୍ୟବନ୍ଦ କରି ସାଉଥ କୋ ମୁଖ୍ୟ କାର୍ଯ୍ୟାଳୟ ରେ  ଆଜିକୁ ଦିର୍ଘ 11 ଦିନ ଧରି ଧାରଣା ରେ ବସି ରହିଥିଲେ ମଧ୍ୟ  ସାଉଥ କୋ କିମ୍ବା ବିଦ୍ୟୁତ କର୍ତ୍ତୃପକ୍ଷ କେହି କର୍ଣପାତ କରୁନାହାନ୍ତି I ତେବେ ଆଜି ସାଧାରଣତନ୍ତ୍ର ଦିବସ  ଥିବା ହେତୁ ସମସ୍ତ ବିଦ୍ୟୁତ କର୍ମଚାରୀ ସାଉଥକୋ ମୁଖ୍ୟ ଅଫିସ ଆଗରେ ଧାରଣା ସ୍ଥଳରେ  ପତାକା ଉତ୍ତୋଳନ କରି  ସାଧାରଣ ତନ୍ତ୍ର ଦିବସ ପାଳିଥିଲେ I  

ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ ଗଣଧାରଣା ଚାଲୁ ରହିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି I

Leave a Reply

Your email address will not be published. Required fields are marked *