ଭାରତରେ ଗଣତନ୍ତ୍ର ଦିବସରେ ଆତଙ୍କ ଖେଳାଇବାକୁ ଚେଷ୍ଟା କରି  ଯୁବତୀ  ଗିରଫ ।

69 ତମ ସାଧାରଣ ତନ୍ତ୍ର ଦିବସ ସାରାଦେଶରେ ଲୋକମାନେ ଉତ୍ସବ ମନାଉଥିବାବେଳେ ଆକ୍ରମଣ କରି ଏହି ଆନନ୍ଦରେ ଭଟ୍ଟା ପକାଇବାକୁ ଆତଙ୍କବାଦୀମାନେ  ଷଡ଼ଯନ୍ତ୍ର କରିଥିଲେ  I  ମାତ୍ର ୧୮ ବର୍ଷ ବୟସର ଜଣେ ଯୁବତୀ ଙ୍କୁ ଏଥିରେ ସାମିଲ କରାଯାଇଥିଲା , ସେ ଅଂଟା ରେ ବୋମା ଖଞ୍ଜି ଆତ୍ମଘାତୀ ସାଜିଥାନ୍ତେ ଆଉ ସାରା ଭାରତରେ ଚାଞ୍ଚଲ୍ୟ ଖେଳାଇଥାନ୍ତେ।ଆଉ ଏହି ଆତ୍ମଘାତୀ ରେ ଅନେକ ନିରୀହ ଜୀବନ ଲିଭିଯାଇଥାନ୍ତା ଯାହାକୁ କୁ ପୋଲିସ ଓ ଗୁଇନ୍ଦା ବିଭାଗ ଭଣ୍ଡୁର କରିଦେଇଥିଲା । 

ଗୁଇନ୍ଦା ତଥ୍ୟକୁ ଆଧାର କରି ଶ୍ରୀନଗରରୁ ପୁଲିସ ଗୁରୁବାର ବିଳମ୍ବିତ ରାତିରେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଗୋଷ୍ଠୀର ଜଣେ ମହିଳା ସଦସ୍ୟା ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି । ସାଧାରଣତନ୍ତ୍ର ଦିବସରରେ ଅଘଟଣ ଘଟାଇବା ପାଇଁ ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ମହିଳା ଶ୍ରୀନଗରରେ ପ୍ରବେଶ କରିଥିବା ନେଇ ଗୁଇନ୍ଦା ସୂତ୍ରରୁ ଜଣା ପଡିଥିଲା । ଗିରଫ ପରେ ସଂପୃକ୍ତ ମହିଳାଙ୍କ ପରିଚୟ ମିଳିଛି । ଅତିରିକ୍ତ ପୁଲିସ ମହାନିର୍ଦେଶକ ମୁନୀର ଖାନ ଗଣମାଧ୍ୟମକୁ କହିଛନ୍ତି ଯେ, ସଂପୃକ୍ତ ମହିଳାଙ୍କ ନାମ ସାଦିଆ ଅନୱର ଶେଖ (୧୮) ଓ ତାଙ୍କ ଘର ପୁଣେର । ସଂପୃକ୍ତ ମହିଳାଙ୍କୁ ପୁଲିସ ହେପାଜତକୁ ନେଇ ପଚରା ଉଚୁରା ଜାରି ରଖିଛି

Leave a Reply

Your email address will not be published. Required fields are marked *