ବୈଜୟନ୍ତ ଙ୍କ ସ୍ଥାନ ନେବେ କି ବିଜୟ ?

ଆଜି  ବିଜୁ ବାବୁଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ୧୮ ବର୍ଷ ପରେ ଏକାଠି ହେବେ ନବୀନ ଓ ବିଜୟ ।ତେଣୁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି  I 

  ବର୍ତମାନ ବିଜେଡି ରାଜନୈତିକ ପାଣିପାଗ ପୁରା ଉଷ୍ମ ଅଛି  କେନ୍ଦ୍ରାପଡା ସାଂସଦ ଙ୍କୁ ଦଳରୁ ନିଲମ୍ବନ କରାଯାଇଛି ଯାହାର   ଶୁନ୍ୟସ୍ଥାନ  ଭରଣା କରିବାକୁ   ଦଳର ସୁପ୍ରିମ ବୈଜୟନ୍ତ Vs  ବିଜୟ ଗୋଟି  ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି I କାହିଁକିନା କେନ୍ଦ୍ରାପଡା ରାଜନୀତିରେ ବୈଜୟନ୍ତ ଙ୍କ ବିରୁଦ୍ଧରେ ବିଜୟ ମହାପାତ୍ର ହିଁ ଟ୍ରମ୍ପକାର୍ଡ । 

ତେବେ ଏନେଇ ଉଭୟ ବିଜେଡି ଏବଂ ବିଜୟ  ସିଧାସଳଖ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ପାରିପାର୍ଶିକ ରାଜନୈତିକ  ଚର୍ଚ୍ଚା ଏମିତି ହିଁ କିଛି ଜଣାପଡୁଛି I ବିଜୁଙ୍କ ଅନୁଗତ  ତଥା ବିଜେଡି ଦଳ ପ୍ରତିଷ୍ଠା ରେ ବିଜୟ ମହାପାତ୍ର ଙ୍କ ଅବଦାନ ଯଥେଷ୍ଟ I 2000 ମସିହାରେ ନାଟକୀୟ ମୋଡରେ ବିଜୟ ଙ୍କ ଟିକେଟ କଟାଯାଇ ଦଳରୁ ବହିଷ୍କାର କରାଗଲା ପରେ ବିଜୟ ବିଜେପି ରେ ମିଶିଥିଲେ I  ହେଲେ ବିଜେପି ରେ ତାଙ୍କୁ ବାରମ୍ବାର କୋଣ ଠେଶା   କରାଯାଉଛି ଏବଂ ବିଜେପି /ଓଡିଶା ବିଜେପି ନେତୃତ୍ୱ  ବିରୁଦ୍ଧରେ ଖୋଲାଖୋଲି ବିଜୟ ମହାପାତ୍ର ମନ୍ତବ୍ୟ ମଧ୍ୟ ଦେଇଛନ୍ତି ବାରମ୍ବାର I  ବିଜୟ କହିଥିଲେ, ସେ ପୁରୁଣା କଥା ଭୁଲିଯାଇଛନ୍ତି ଆଉ ନବୀନ  ମଧ୍ୟ ପୁରୁଣା ନେତା ତଥା ବିଜୁ ବାବୁ ଙ୍କ ଅନୁଗତ ମାନେ   ଦଳକୁ ଫେରିଲେ ସ୍ୱାଗତ କରାଯିବ  ବୋଲି କହିସାରିଛନ୍ତି ।  ତେବେ ଦେଖିବାର ଅଛି ବିଜୟ ବିଜେପି ଛାଡି  ବିଜେଡି ରେ ଯୋଗ ଦେଉଛନ୍ତି ନ ଚର୍ଚ୍ଚା କେବଳ ଚର୍ଚ୍ଚା ରେ ରହୁଛି I

Leave a Reply

Your email address will not be published. Required fields are marked *