ନିଷ୍ଠୁର ପୁଅ :ସମ୍ପତି  ପାଇଁ ବାପାକୁ ତଣ୍ଟିଆ  ଆଉ ଗଳାଧକା  ଦେଇ ଘରୁ ବାହାର  କରିଦେଲା  ପୁଅ

ସମ୍ପତି  ପାଇଁ ବାପାକୁ ତଣ୍ଟିଆ  ଆଉ ଗଳାଧକା  ଦେଇ ଘରୁ ବାହାର  କରିଦେଲା  ପୁଅ : 

ଘଟଣା ଟି ଘଟିଛି ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅର୍ନ୍ତଗତ ବାୟାବାବା ମଠ ଲେନରେ ରହୁଥିବା ୮୦ ବର୍ଷୀୟ ବୃଦ୍ଧ କେଳୁଚରଣ ତିଓ୍ୱାରୀ ଙ୍କ ସହିତ । ଦୁଇ ପୁଅ ମଧ୍ୟରୁ ବଡ଼ ପୁଅ କୈଳାସଙ୍କ ପାଖରେ ରହୁଛନ୍ତି କେଳୁଚରଣ। ସାନ ପୁଅ ସୁବାଷ ବାହାରେ ରହି ଚାକିରୀ କରୁଥିବା ବେଳେ ଏବେ କିଛିଦିନ ହେବ ପୁରୀ ଚାଲି ଆସିଛି। ଘରେ କେହି ନଥିବା ସମୟରେ ସମସ୍ତ ସଂପତ୍ତି ହାତେଇବା ପାଇଁ କେଳଚରଣଙ୍କୁ ବାଧ୍ୟ କରିଥିଲା ସୁବାଷ। ବଞ୍ଚି ଥାଉ ଥାଉ ସଂପତ୍ତି ଏବେ କାହା ନାଁରେ କରିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଲେ କେଳୁଚରଣ। ହେଲେ ରାଗ ପଞ୍ଚମ କୁ ଉଠିଯାଇଥିଲା ସାନ ପୁଅର , ସଂପତ୍ତି ପାଇଁ  ବାପା ବେକରେ ଗଳା  ଧକା ଦେଇ ରାତି ଅଧରେ  ସାନ ପୁଅ ସୁବାଷ ଓ ତାଙ୍କ ପତ୍ନୀ ବାହାର କରିଦେଇଥିଲେ । ଭୋକ ଉପାସରେ ରହି ପୁଅ ପାଇଁ ସବୁକିଛି ଜଳାଞ୍ଜଳି ଦେଇଥିବା ବୁଢ଼ା ବାପକୁ ଜୀବନରେ ମାରିଦେବାକୁ ବି ପଛାଉନି ପୁଅ। ଧିକ ଏପରି ପୁଅ କୁ । କି ଭାଗ୍ୟ ସେ ବାପା ଜଣଙ୍କର ସତରେ ବାପା ଜନ୍ମ ଆଜି  ସାର୍ଥକ ହେଇଗଲା  ତାଙ୍କର ପୁଅ ଜନ୍ମ କରିକି  I

Leave a Reply

Your email address will not be published. Required fields are marked *