2017 ର ଭାରତ ର ଶ୍ରେଷ୍ଠ ସାଂସଦ ଭର୍ତ୍ତୃହରି ମହତାବ :ଓଡିଶା ପାଇଁ ଗର୍ବ ଆଣିଲେ ସାଂସଦ 

ଓଡିଶା ପାଇଁ ଗର୍ବ ନେଇ ଆସିଛନ୍ତି  ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ  I ଇଣ୍ଡିଆନ ପାର୍ଲାମେଣ୍ଟାରୀ ଗ୍ରୁପ (ଆଇପିଜି)  ପକ୍ଷରୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ  କମିଟି ଦ୍ୱାରା ଗୃହମନ୍ତ୍ରୀ ରାଜନାଥ ସିଂ,  ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡ଼ଭାନୀ, ରାଜ୍ୟସଭା ଉପାଧ୍ୟକ୍ଷ ପି.ଜେ. କୁରିଏନ, କଂଗ୍ରେସ ନେତା କରନ ସିଂ ପ୍ରମୁଖ ବିଚାର କରି  ଶ୍ରୀ ମହତାବଙ୍କ ଙ୍କୁ  ୨୦୧୭  ବର୍ଷ ପାଇଁ  ଶ୍ରେଷ୍ଠ ସାଂସଦ  ଭାବରେ ଘୋଷଣା  କରିଛନ୍ତି  । 


ତେବେ ସଂସଦ ମାନଙ୍କର ଗୃହରେ ଆଲୋଚନା କରିବାର ଶୈଳୀ, ବିଭିନ୍ନ ପ୍ରସଙ୍ଗ ଉପରେ ତର୍କ ,  ପ୍ରସଙ୍ଗ ଗୁରୁତ୍ୱ କୁ    କମିଟି ଦ୍ୱାରା ବିଚାର କରାଯାଇ  ଶ୍ରୀ ମହତାବଙ୍କ ଙ୍କୁ ଚୟନ କରାଯାଇଛି ଏହା ସହିତ  2016 ପାଇଁ  ଦିନେଶ ତ୍ରିବେଦୀ ( ତୃଣମୂଳ କଂଗ୍ରେସ) ,2015 ପାଇଁ ଗୁଲାମ ନବୀ ଆଜାଦ  ( କଂଗ୍ରେସ ) , ୨୦୧୪ ପାଇଁ ହୁକୁମଦେଓ ନାରାୟଣ ଯାଦବ (  ବିଜେପି  ) ଏବଂ  ୨୦୧୩ ପାଇଁ  ନଜମା ହେପତୁଲ୍ଲା  ଙ୍କୁ  ଶ୍ରେଷ୍ଠ ସାଂସଦ ଭାବରେ ଘୋଷଣା କରାଯାଇଛି  । ତେବେ ଓଡିଶାରୁ 2017 ବର୍ଷ ପାଇଁ ଶ୍ରୀ ମହତାବ ଶ୍ରେଷ୍ଠ ସାଂସଦ ଭାବରେ ଘୋଷିତ ହେଇଥିବାରୁ ସମସ୍ତ ବୁଦ୍ଧିଜୀବୀ ଏବଂ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଶୁଭେଚ୍ଛା  ସହିତ ଅଭିନନ୍ଦନ ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *