ବିଜେପୁର   ଉପନିର୍ବାଚନ  ପାଇଁ ବିଜେପି ପ୍ରାଥୀ ହେଲେ  ଅଶୋକ ପାଣିଗ୍ରାହୀ

ବିଜେପୁର ବୀଗୁଲ ବାଜି ସାରିଛି ଏବଂ ସମସ୍ତ ରାଜନୈତିକ ଦଳ ଗୁଡିକ ଚଳ ଚଞ୍ଚଳ ହେଇସାରିଲେଣି ଆଗାମୀ  ଫେବୃୟାରୀ ୨୪ ତାରିଖରେ ବିଜେପୁରରେ ଉପ ନିର୍ବାଚନ ପାଇଁ  ବିଜେଡ଼ି  ତରଫରୁ କଂଗ୍ରେସ ନୂଆ କରି ଦଳରେ ମିଶିଥିବା ସ୍ୱର୍ଗତ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଥିବା ବେଳେ   ବିଜେପି ପକ୍ଷରୁ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ  କରାଯାଇଛି I  ସୂଚନା ଥାଉ କି  ଅଶୋକ ପାଣିଗ୍ରାହୀଙ୍କୁ    ବିଜେଡ଼ିରୁ ବିଜେପିରେ ସାମିଲ  ହୋଇଥିଲେ  ।  


ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହେବା ପରେ ଅଶୋକ ପାଣିଗ୍ରାହୀ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେପି ସଂସଦୀୟ ବୋର୍ଡର ସଦସ୍ୟଙ୍କୁ ଧନ୍ୟବାଦ, ନିର୍ବାଚନରେ ବିଜେପି କିଭଳି ସଫଳ ହେବ ସେନେଇ ଚେଷ୍ଟା କରାଯିବ, ଆମେ ଲୋକଙ୍କ ପାଖକୁ ଯିବୁ, ଲୋକେ ଆମକୁ  ଗ୍ରହଣ କରିବେ ବୋଲି ବିଶ୍ୱାସ ।  ତେବେ କଂଗ୍ରେସ ର ଏଯାଏଁ ନିଦ ଭାଙ୍ଗିନି ଦଳ ତରଫରୁ ତିନିଜଣିଆ କମିଟି ପ୍ରାଥୀ ଖୋଜୁଛନ୍ତି ।

Leave a Reply

Your email address will not be published. Required fields are marked *