ବୈଜୟନ୍ତ ପ୍ରମିଳା ତୁ ତୁ ମେଁ ମେଁ

ବିଜେଡି ରୁ ନିଲମ୍ବନ ପରେ  ସାଂସଦ ପଦରୁ ବୈଜୟନ୍ତ ଙ୍କ ଇସ୍ତଫା  ନେଇ ଜୋର ଧରିଥିବା ବେଳେ ଏନେଇ ପ୍ରମିଳା ମଲ୍ଲିକ କହିଛନ୍ତି  ସାଂସଦ ବୈଜୟନ୍ତ ପଣ୍ଡା   ବିଜେଡି ରୁ ଇସ୍ତଫା ଦେଇକି ଜିତିକି ଦେଖାନ୍ତୁ I 


ପ୍ରମୀଳାଙ୍କ ଆକ୍ଷେପକୁ   ବୈଜୟନ୍ତ  ଅତି ଶାଣିତ ଭାବରେ କଟାକ୍ଷ କରି କହିଛନ୍ତି, କୁନ୍ଦୁଲି ଓ ଚିଟ୍‌ଫଣ୍ଡ୍‌ ଦୁର୍ନୀତିର ତଦନ୍ତ ଦାୟିତ୍ୱ ପ୍ରମୀଳାଙ୍କୁ ଦିଆଯାଉ, ୩ ଦିନରେ ଦୋଷୀକୁ ଖୋଜିବାର ପୁରୁଣା ରେକର୍ଡ ପ୍ରମୀଳାଙ୍କର ଅଛି I କୁନ୍ଦୁଲି ପୀଡ଼ିତାଙ୍କୁ  ପ୍ରମିଳା ମଲ୍ଲିକ ତୁରନ୍ତ ନ୍ୟାୟ ଦେଇପାରିବେ I 


  ସୂଚନା ଥାଉ କି  2011 ରେ କୋଟି କୋଟି ଟଙ୍କା ର ଡାଲି ଦୁର୍ନୀତି ଘୋଟଲା ରେ ପ୍ରମିଳା ଙ୍କର ନାଁ ଯୋଡି ହେବା ପରେ ବାଧ୍ୟ ହେଇ ମନ୍ତ୍ରୀ ପଦରୁ  ଇସ୍ତଫା ଦେଇଥିଲେ  ପ୍ରମିଳା I

Leave a Reply

Your email address will not be published. Required fields are marked *