ଆଜି ଲୋକସଭାରେ ଉପସ୍ଥାପିତ ହେବ ବଜେଟ୍

ଆଜି  ଅର୍ଥମନ୍ତ୍ରୀ ଅରୁଣ ଜେଟଲି  ଲୋକସଭାରେ  ୨୦୧୮-୧୯ ଆର୍ଥିକବର୍ଷ ପାଇଁ ବଜେଟ୍ ଉପସ୍ଥାପିତ କରିବେ । ବଜେଟର ରୂପରେଖ କଣ ହେବ ତାହାକୁ ନେଇ  ସବୁଆଡେ  ଚର୍ଚ୍ଚା । ବଜେଟରେ କେଉଁ ଜିନିଷ ଶସ୍ତା ଓ କେଉଁ ଜିନିଷର ଦାମ ବଢିବ ତାହାକୁ ନେଇ ଅପେକ୍ଷା । ତେବେ ୮ଟି ରାଜ୍ୟର ବିଧାନସଭା ସହ ୨୦୧୯ରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ବଜେଟରେ  ଗ୍ରାମୀଣ ଯୋଜନା ,କୃଷି ଏବଂ ନିଯୁକ୍ତି କ୍ଷେତ୍ର ସହ ଅଭିବୃଦ୍ଧିକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । କେବଳ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ଯୋଗୁ ଚଳିତଥର ବଜେଟ୍‌ ଭିନ୍ନ ହେବା ମନେ କରାଯାଉଛି। । ରେଳବାଇ କ୍ଷେତ୍ରରେ  ଓଡ଼ିଶା  ପାଇଁ କଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର  ।

Leave a Reply

Your email address will not be published. Required fields are marked *