ମୃତ୍ୟୁ ଅପେକ୍ଷାରେ ନିରୀହ ବାଳକ ଆଲୋକ :ଅର୍ଥ ସାଜିଛି ବାଧକ । ଅପେକ୍ଷା କେବଳ ସରକାରୀ ସହାୟତା କୁ

ନାଁ  ଆଲୋକ ହେଲେ ଧୀରେ ଧୀରେ ଅନ୍ଧାର ଭିତରକୁ ଚାଲିଯାଉଛି ନିରୀହ ନିଷ୍ପାପ ଜୀବନ I  ଘର  ଖୋର୍ଦ୍ଧା ନିରାକାରପୁରରେ ବୟସ 12 ବର୍ଷ I ଷଷ୍ଠ ଶ୍ରେଣୀର ଛାତ୍ର, ଯେଉଁ ବୟସରେ ସାଙ୍ଗ ମାନେ ହସି ଖେଳି ଶୈଶବକୁ ଉପଭୋଗ କରୁଛନ୍ତି ସେ ବୟସରେ ଦୁଇଟି ଯାକ କିଡ଼ନୀ ହରାଇ ବସିଛି ନିରୀହ ବାଳକ  ଆଲୋକ I ଆଲୋକ ଭଲ ହେବା ପାଇଁ ଅତି କମରେ ଦଶଲକ୍ଷ ଟଙ୍କା ଦରକାର  ହେଲେ କେଉଁଠୁ ଆସିବ ଗରିବ ବାପା ମା ଙ୍କ ପାଇଁ ଏତେ ଟଙ୍କା ? ଜମି ବାଡ଼ି ଯାହା ଥିଲା ବିକ୍ରି କରି ପୁଅକୁ ବଡ ମେଡିକାଲ ରେ ଭର୍ତି କରିଛନ୍ତି ଆଶା କାଳେ ଏତିକି ଟଙ୍କା ରେ ପୁଅ ମରଣ ମୁଁହରୁ ଫେରି ଆସିବ I କିନ୍ତୁ କିଡ଼ନୀ ପ୍ରତିରୋପଣ ପାଇଁ ଦରକାର 10 ଲକ୍ଷ ଟଙ୍କା I କାନ୍ଦି କାନ୍ଦି ଗଡିଯାଉଛନ୍ତି ବାପା ମା ପୁଅର ଜୀବନ ପାଇଁ I  ଗରିବ ବାପା ମା  ସରକାର ଙ୍କ ସହାୟତା କୁ ଆଶା କରି ବସିରହିଛନ୍ତି ହୁଏତ ପୁଣି ସେମାନଙ୍କର ଗେଲ୍ହ ବସର ର ଅଲ୍ଲୀ ଅଳି ପୁଅ ଆଲୋକ ମୁଁହରେ ଟିକିଏ ହସ ଫୁଟିବ !! ଆଲୋକ ଙ୍କର ଏପରି ଅବସ୍ଥା ପାଇଁ କିଛି ବଦାନ୍ୟ ସମାଜସେବୀ ସହାୟତା ର ହାତ ବଢ଼ାଇଛନ୍ତି ଆଉ ସେଇଥିରେ ଚାଲିଛି ଆଲୋକ ଙ୍କ ଚିକିତ୍ସା I ଏବେ କେବଳ ସରକାରୀ ସହାୟତା ହିଁ ଭରଷା ଅନ୍ଧାର ରେ  ଡୁବି ଯାଉଥିବା ନିରୀହ ନିଷ୍ପାପ ଆଲୋକ ପାଇଁ I

Leave a Reply

Your email address will not be published. Required fields are marked *