ରାହୁଲ ଦ୍ରାବିଡ଼ ଆମକୁ ସଚ୍ଚୋଟତା ଶିଖାଇଛନ୍ତି: ନରେନ୍ଦ୍ର ମୋଦି 

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ଼ ଆମକୁ ସଚ୍ଚୋଟତା କ’ଣ ତାହା ଶିଖାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି। ନ୍ୟୁଜିଲାଣ୍ଡରେ ଶନିବାର ଅଷ୍ଟ୍ରେଲିଆକୁ ୨ ଓ୍ଵିକେଟରେ ପରାସ୍ତ କରି ୪ର୍ଥ ଥର ଚମ୍ପିଅନ୍‌ ହୋଇଥିବା ଭାରତୀୟ ଜୁନିଅର ଟିମ୍‌କୁ ମୋଦି ଅଭିନନ୍ଦନ ଜଣାଇଛନ୍ତି।

ଭାରତୀୟ ଜନତା ପାର୍ଟିର ବିଜୟ ର‍୍ୟାଲିକୁ ସମ୍ବୋଧନ କରିବା ଅବସରରେ ମୋଦି କହିଛନ୍ତି, ଆମର ୧୯ ବର୍ଷରୁ କମ୍‌ କ୍ରିକେଟ ଟିମ୍‌ ବିଶ୍ୱ କପ୍‌ ଜିତିଛି। ପ୍ରତ୍ୟେକ ଭାରତୀୟ ଏଥି ପାଇଁ ଗର୍ବ ଅନୁଭବ କରୁଛନ୍ତି। ଆମର ଜୁନିଅର ଟିମ୍‌ ଏକ ବଡ଼ କାମ କରିଛନ୍ତି ବୋଲି ମୋଦି କହିଛନ୍ତି। ଏଥି ପାଇଁ ରାହୁଲ ଦ୍ରାବିଡ଼ଙ୍କ ପ୍ରଶଂସା ହେବା ଦରକାର। ରାହୁଲ ଏଭଳି ଜଣେ ବ୍ୟକ୍ତି ଯିଏ କି, ଅନ୍ୟକୁ ବଞ୍ଚିବା ଶିଖାଇ ଥାଆନ୍ତି।

Leave a Reply

Your email address will not be published. Required fields are marked *