ପୁଣି ବଢିବ  ବିଦ୍ୟୁତ ଶୁକ୍ଳ :OERC  ରେ ଜନ ଶୁଣାଣି ଆରମ୍ଭ : ଦର ବୃଦ୍ଧିକୁ ଉପଭୋକ୍ତା ମହାସଂଘର ତୀବ୍ର  ବିରୋଧ

ବିଦ୍ୟୁତ କ୍ଷେତ୍ରରେ ହେଉଥିବା ଆର୍ଥିକ କ୍ଷତି କୁ ଭରଣା କରିବାକୁ ଉପଭୋକ୍ତା ଙ୍କ  ଉପରେ ବେଡି ଉପରେ କୋରଡ଼ା ମାଡ ସଦୃଶ  ବିଦ୍ୟୁତ ଉତ୍ପାଦନ ଓ ବଣ୍ଟନକାରୀ ସଂସ୍ଥା  ବିଦ୍ୟୁତ ଶୁକ୍ଳ   ଦର  ବୃଦ୍ଧି  ନିମନ୍ତେ ଓଇଆରସି ରେ ଆବେଦନ କରିଛନ୍ତି ଯାହାର  ଜନଶୁଣାଣି   ଆରମ୍ଭ ହୋଇଛି । ସୋମବାର  ଦୁଇ ବିଦ୍ୟୁତ ଉତ୍ପାଦକ ସଂସ୍ଥା ଓପିଜିସି ଓ ଓଏଚପିସି ଜନ ଶୁଣାଣିରେ ଭାଗ ନେଇ ବାର୍ଷିକ ଖର୍ଚ୍ଚ ମେଣ୍ଟାଇବା ପାଇଁ ୧୦ରୁ ୨୦ ପ୍ରତିଶତ ତାରିଫ ବୃଦ୍ଧି କରିବା ପାଇଁ ଯୁକ୍ତି ବାଢିଛନ୍ତି ।  ସୂଚନା ଥାଉ କି ବଣ୍ଟନ କମ୍ପାନୀ ଗୁଡିକ ୬ ହଜାର ୬ଶହ କୋଟି ଟଂକା ବାକି ରଖିଛନ୍ତି । ଆଉ ଏହି ବାକି ପଇସା ଗ୍ରାହକଙ୍କ ଉପରେ ଲଦିବାକୁ ଚେଷ୍ଟା କରୁଛନ୍ତି କମ୍ପାନୀ ।

ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ଶୁଣାଣି ଚାଲିବ। ଆଗକୁ ଗ୍ରୀଡକୋ, ନେସ୍କୋ, ସାଉଥ୍‌କୋ ଆଦି ବିଦ୍ୟୁତ ବିତରଣ କମ୍ପାନୀଙ୍କ ଆବେଦନର ଶୁଣାଣି ହେବ। ତେବେ ଏନେଇ ଓଇଆର୍‌ସି ସଚିବ କହିଛନ୍ତି ଶୁଣାଣି ଶେଷ ପରେ  ବିଦ୍ୟୁତ ଦର ବୃଦ୍ଧି  ନେଇ  ନିଷ୍ପତ୍ତି ନିଆଯିବ ବୋଲି । ତେବେ ଏହାକୁ  ବିରୋଧ କରିଛନ୍ତି ଉପଭୋକ୍ତା ମହାସଂଘର ସଭାପତି ରମେଶ ଚନ୍ଦ୍ର ଶତପଥୀ ।  ସୂଚନା ଦେଇ କହିଛନ୍ତି ରାଜ୍ୟର ମୋଟ ୬୦ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କର ସ୍ବାର୍ଥ ଲାଗି  ମହାସଂଘ ଲଢେଇ ଜାରି ରଖିବ । କୌଣସି ମତେ ବିଦ୍ୟୁତ ଶୁକ୍ଳ ବୃଦ୍ଧି ପ୍ରସ୍ତାବ  କୁ ସଫଳ ହେବାକୁ ଦିଆଯିବ ନାହିଁ  I  ବିଦ୍ୟୁତ ଚୋରି, ଏଟିସି ଲସ, ସବଷ୍ଟେସନ ମରାମତି ଆଦି କ୍ଷତିକୁ କମାଇବା ପାଇଁ ବଣ୍ଟନ କମ୍ପାନୀ ଗୁଡିକ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *