ଅଜଣା ଟ୍ରକ ନେଇଗଲା ତିନିଜଣଙ୍କ ଜୀବନ

ଅନୁଗୁଳ ହଣ୍ତପା ଥାନା କଟାପଥର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ   ଦୁର୍ଘଟଣା ଘଟିଯାଇଛି I ଗୋଟିଏ ବାଇକ ରେ ତିନି ଜଣ ଯାଉଥିବା ବେଳେ ଏକ ଅଜଣା  ଟ୍ରକ  ଦ୍ରୁତ ଗତିରେ ଆସି  ବାଇକ୍ କୁ ଧକ୍କା ଦେଇଥିଲା  ଫଳରେ ବାଇକ୍ ଚାଳକ ସାମ୍ନାରେ  ଥିବା  ଗଛରେ  ପିଟି ହୋଇ ଘଟଣାସ୍ଥଳରେ  ରଞ୍ଜିତ ରାଉତ   କାଠି ଦଳାଇ, ଚିଣ୍ଟୁ ଦଳାଇ ଙ୍କର  ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି I ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ଆଠମଲ୍ଲିକ ଅନୁଗୋଳର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ।  ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ  ଏବଂ ପ୍ରଶାସନ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

Leave a Reply

Your email address will not be published. Required fields are marked *