ଓଟିଭି ବିରୁଦ୍ଧରେ  ନିର୍ବାଚନ କମିଶନଙ୍କ ଙ୍କୁ  ଅଭିଯୋଗ କଲା  ବିଜେଡି

ଘରୋଇ ଟେଲିଭିଜନ୍‌  ଓଟିଭି ଚ୍ୟାନେଲ ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି I  ଓଟିଭି ରେ ବିଜେପି  ଦଳର  ପ୍ରାର୍ଥୀ ଅଶୋକଙ୍କୁ ସୁହାଇବା ଭଳି ଖବର ପ୍ରଚାର ହେଉଥିବା ବିଜେଡି ପକ୍ଷରୁ ଆପତ୍ତି କରାଯାଇଛି।


  ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ଏବଂ  ମୁଖପାତ୍ର ପ୍ରତାପ ଦେବ ଓଟିଭି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ପରେ ସାମ୍ବାଦିକ  ସମ୍ମିଳନୀରେ ରେ ସୂଚନା ଦେଇଛନ୍ତି I 

 ଓଟିଭି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଓଟିଭି ନିରପେକ୍ଷ ନିଉଜ ରେ ବିଶ୍ୱାସ କରେ , ରାଜନୈତିକ ଲଢ଼େଇରେ ଓଟିଭିକୁ ସଂପୃକ୍ତ କରାଯାଇ ବଦନାମ କରିବାକୁ ବିଜେଡି ର ହୀନ  ପ୍ରୟାସ  ନିନ୍ଦନୀୟ ଘଟଣା ।

Leave a Reply

Your email address will not be published. Required fields are marked *