ଭୁବନେଶ୍ୱର: ପାଓ୍ଵାର ହାଉସ୍‌ ଛକରେ ରାସ୍ତାରେ ଦବିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୬୦ଛାତ୍ର

ଭୁବନେଶ୍ୱର: ସୋମବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ପାଓ୍ଵାର୍‌ ହାଉସ୍‌ ଟ୍ରାଫିକ୍‌ ଛକ ଦେଇ ଯାଉଥିବା ଏକ କଲେଜ ବସ୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି।

ସୂଚନାଯୋଗ୍ୟ ଯେ ,  ପାଓ୍ଵାର୍‌ ହାଉସ୍‌ ଟ୍ରାଫିକ୍‌ ଛକ ଦେଇ ଯାଉଥିବା ଏକ କଲେଜ ବସ୍‌ର ଚକା ହଠାତ୍‌ ରାସ୍ତାରେ ଦବି ଯାଇଥିଲା। ଫଳରେ ବସ୍‌ ଭିତରେ ଥିବା ୬୦ଜଣ ଛାତ୍ର କ’ଣ ହେଲା ବୋଲି କିଛି ବୁଝି ନପାରି ଚିତ୍କାର କରିବାରେ ଲାଗିଥିଲେ। ପିଲାଙ୍କ ଚିତ୍କାର ଓ ଘଟଣାସ୍ଥଳରେ ଥିବା ଲୋକମାନେ ବସ୍‌ ପାଖକୁ ଦୌଡ଼ି ଆସିଥିଲେ। ପିଲାମାନେ ବସ୍‌ ଭିତରୁ ଦଉଡା ଦଉଡି ହୋଇ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଏକ ନିଶ୍ଚିତ ଦୁର୍ଘଟଣାକୁ ଅଳ୍ପକେ ବର୍ତ୍ତି ଥିବା କଲେଜ ଛାତ୍ରୀମାନଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଥିଲା। ତେବେ ସ୍ମାଟସିଟିରେ ଏଭଳି ରାସ୍ତା ଦବି ଯିବା ଘଟଣାକୁ ନେଇ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି।

Leave a Reply

Your email address will not be published. Required fields are marked *