ମାଟ୍ରିକ ପରୀକ୍ଷା ପାଇଁ ବ୍ୟବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ :ନିଜ ବିଦ୍ୟାଳୟ ରେ ପରୀକ୍ଷା ଦେବେନି ଛାତ୍ର ଛାତ୍ରୀ

 

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଆଉ ଗୋଟିଏ ସପ୍ତାହ ପରେ ବାର୍ଷିକ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଆଗାମୀ ଫେବ୍ରୁଆରି ୨୩ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ ୮ରେ ଶେଷ ହେବ।

ପରୀକ୍ଷା ପୂର୍ବରୁ ରାଜ୍ୟ ସଚିବାଳୟଠାରୁ ଭିଡିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରଟୋକଲ୍‌ ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୋଡାଲ ସେଣ୍ଟର, ପରୀକ୍ଷା କେନ୍ଦ୍ର ଏବଂ ମୂଲ୍ୟାଙ୍କନ କେନ୍ଦ୍ରରେ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ସମସ୍ତ ନିୟମର କଡ଼କାଡ଼ି ଅନୁପାଳନ ଉପରେ ମଧ୍ୟ ପାଢ଼ୀ ଗୁରୁତ୍ୱ ଆରୋପ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ ନାହିଁ। ସବୁ ବିଦ୍ୟାଳୟ ପାଇଁ ବିଭିନ୍ନ ପରୀକ୍ଷା କେନ୍ଦ୍ର କରାଯାଇଛି। ସାଧାରଣତଃ ବିଦ୍ୟାଳୟଠାରୁ ୧୦ କିମି ଦୂରତା ମଧ୍ୟରେ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ଚଳିତ ବର୍ଷ ବୋର୍ଡର ୫,୯୦,୩୬୦, ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୩,୯୭୮ ଏବଂ ମଧ୍ୟମାର ୩,୭୧୫ ଏହି ପରି ସମୁଦାୟ ୬,୦୮,୦୫୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ। ଏଥି ପାଇଁ ୩୦୨ଟି ନୋଡାଲ ସେଣ୍ଟର ଓ ୫୭ଟି ମୂଲ୍ୟାଙ୍କନ କେନ୍ଦ୍ର କରାଯାଇଛି।

Leave a Reply

Your email address will not be published. Required fields are marked *