ସବୁଦିନ ପାଇଁ  ରାଜନୀତି ଛାଡ଼ିଦେବେ  କୃଷିମନ୍ତ୍ରୀ  ମହାରଥୀ? 

କଣ ଆଂଜ୍ଞା ଚମିକି ପଡିଲେ କି ? ମହାରଥୀ ପୁଣି ଛାଡ଼ିବେ ରାଜନୀତି ?  କଥା କଣ କି ,ବିଜେପୁର ଉପନିର୍ବାଚନ ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇପଡିଛି  । କଳେ ବଳେ କୌଶଳେ ଭୋଟରଙ୍କୁ ମନେଇବା ପାଇଁ ଲାଗିପଡିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ I ବିଜେପୁର ଦେଖିବାକୁ ମିଳୁଛି ହେଭି ୱେଟ ନେତା ଙ୍କ ସହିତ ଗଣ୍ଡା ଗଣ୍ଡା ସିନେ ଷ୍ଟାର ମାନଙ୍କୁ I ଯେମିତି ବି ହେଉ ନିଜ ପକ୍ଷକୁ ଭୋଟର ଙ୍କୁ ଆକୃଷ୍ଟ କରି ଜିତିବାକୁ ଚାଁହୁଛନ୍ତି ଦଳ I ତେବେ ଏ କ୍ଷେତ୍ର ରେ ପାଦେ ଆଗେଇ ଯାଇ ମତାମତ ରଖିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ I 

 ବିଜେପୁର ରେ  ବିଜେଡି ନିଶ୍ଚୟ ଜିତିବ, ବିଜେଡି ନ ଜିତିଲେ ସବୁଦିନ ପାଇଁ  ସବୁଦିନ ପାଇଁ  ରାଜନୀତି ଛାଡ଼ିଦେବେ ବୋଲି ମହାରଥୀ ତାଙ୍କ ଯାତ୍ରା ଡାଇଲଗ ଶୈଳୀ ରେ କହିଛନ୍ତି I ତେବେ ଆଗକୁ ଦେଖିବାକୁ ବାକି ଅଛି ବିଜେଡି ଜିତୁଛି ନା  ମହାରଥୀ ରାଜନୀତି ଛାଡ଼ୁଛନ୍ତି I

Leave a Reply

Your email address will not be published. Required fields are marked *