କାଖରେ ପାଣି ଗରା କାଖେଇ  ପ୍ରଚାର କଲେ ଅଭିନେତ୍ରୀ ତଥା ବିଜେପି ଷ୍ଟାର ପିଙ୍କି ପ୍ରଧାନ

ବିଜେପୁର ଉପ-ନିର୍ବାଚନ  ଷ୍ଟାର ମାନଙ୍କର ପ୍ରଚାର ରେ ଉଠୁଛି ପଡୁଛି ତେବେ ଗତକାଲି ଦେଖିବାକୁ ମିଳିଥିଲା ଏକ ନିଆରା ପ୍ରଚାର I ବିଜେପି ଷ୍ଟାର ପିଙ୍କି ପ୍ରଧାନ ଏକ ନିଆରା ଢଙ୍ଗରେ ପ୍ରଚାର କରି ବିଜେଡି କୁ ଟାର୍ଗେଟ କରିଥିଲେ ସ୍ଥାନୀୟ ପାନୀୟ ଜଳ ର ଘୋର ଅସୁବିଧା କୁ ନେଇକି I ସିମିଳିମୁଣ୍ଡା   ଗ୍ରାମରେ ପାନୀୟ ଜଳର ଘୋର ଅସୁବିଧା ଥିଲେ ମଧ୍ୟ ପ୍ରଶାସନ ର ଦୃଷ୍ଟି ପଡ଼ିପାରିନି ଏଯାଏଁ ଗ୍ରାମବାସୀ ପାଖାପାଖି   ଅଢେଇ କିଲୋମିଟର ଚାଲି ଚାଲି ମୁଣ୍ଡରେ  ଏବଂ କାଖରେ ପାଣି ଗରା  କାଖେଇ ସବୁଦିନ ଆଣିଥାନ୍ତି I ଯାହାକୁ ନେଇ ଅଭିନେତ୍ରୀ ତଥା ବିଜେପି ଷ୍ଟାର ପିଙ୍କି ପ୍ରଧାନ କାଖରେ  ପାଣି ଗରା କାଖେଇ  ସମର୍ଥକ ମାନଙ୍କ ସହିତ  ଚାଲି ଚାଲି ସିମିଳିମୁଣ୍ଡା ଗାଁ ରେ ପ୍ରଚାର କରିଥିଲେ ଏବଂ ବିଜେଡି ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ I

Leave a Reply

Your email address will not be published. Required fields are marked *