ବିଭିନ୍ନ ଦାବି ନେଇ  ସ୍ଥାନୀୟ ଲୋକଙ୍କ ସାକ୍ଷୀଗୋପାଳ ହସ୍ପିଟାଲ ଘେରାଓ

ସତ୍ୟବାଦୀ ଅଂଚଳ   ର ପ୍ରମୂଖ   ହସ୍ପିଟାଲ ଭାବରେ NH ପାଖରେ ଥିବା ସାକ୍ଷୀଗୋପାଳ ହସ୍ପିଟାଲ ର ଗୁରୁତ୍ୱ ଅଧିକ ଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ  ଅଧିକାରୀ ମାନେ ଯେପରି ଆଖି ବୁଜିଦେଇଛନ୍ତି ସତ୍ୟବାଦୀ ବାସୀଙ୍କ ପାଇଁ I ହସ୍ପିଟାଲ ରେ  ପ୍ରତିଦିନ ରୋଗୀ ମାନଙ୍କର ଗହଳି ଲାଗିରହିଥିଲେ ମଧ୍ୟ ଡାକ୍ତର ଙ୍କ ଅଭାବ ଯୋଗୁଁ ନାହିଁ ନଥିବା ହିନସ୍ଥା ହେଉଛନ୍ତି ସାଧାରଣ ରୋଗୀ ଏବଂ ସତ୍ୟବାଦୀ ବାସି I 

ଆବଶ୍ୟକ ପରିମାଣରେ ଡାକ୍ତର ନଥିବା ସତ୍ୱେ  କାର୍ଯ୍ୟରତ ଡାକ୍ତର ମାନଙ୍କୁ ବାହାର ଜାଗାକୁ ଡେପୁଟେସନ ରେ ପଠାଇ ଦିଆଯାଉଛି I ଯେଉଁଥିପାଇଁ ଆଜି ସତ୍ୟବାଦୀ ର ଯୁବ କମିଟି ଙ୍କ ନେତୃତ୍ୱ ରେ ପାଖାପାଖି 500 ରୁ ଉର୍ଧ ମହିଳା ଏବଂ ଯୁବକ ସତ୍ୟବାଦୀ ହସ୍ପିଟାଲ କୁ ଘେରାଓ କରିଥିଲେ ,

 ଏବଂ ଆଗାମୀ ଦିନରେ ସମସ୍ୟା ର ସମାଧାନ ନହେଲେ  କିଛି ଅପ୍ରୀତିକର ପରିସ୍ଥିତି ପାଇଁ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି  Ramaballav Baral   ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *