JEL ମାରି ଚୁଟି ଷ୍ଟାଇଲ କରି  ସ୍କୁଲ  ଆସିଥିଲେ ଛାତ୍ର : ଦିଦି ନିଜେ କଇଂଚିରେ କାଟିଦେଲେ

ପୁରୀ ରଘୁରାଜପୁର କପୋତେଶ୍ୱରୀ ସ୍କୁଲ ରେ ପିଲାମାନଙ୍କ ଚୁଟି କାଟି ବିବାଦ କୁ ଆସିଛନ୍ତି  ଖେଳ  ଶିକ୍ଷୟତ୍ରୀ  ଶ୍ୟାମାଲିନା ଦାସ I ଗତକାଲି କିଛି ପିଲାଙ୍କୁ ପିଲାମାନଙ୍କୁ ବାରମ୍ବାର କହିବା ସତ୍ୱେ ଚୁଟି କାଟି ଆସିନଥିଲେ ଏଇଥିରେ ଉତକ୍ଷିପ୍ତ ହୋଇ ନିଜେ ଶିକ୍ଷୟତ୍ରୀ  ପିଲାମାନଙ୍କର ଚୁଟି କଇଂଚିରେ କାଟିଥିଲେ I ଯାହାକୁ ନେଇ ଅଭିଭାବକ ମାନେ ସ୍କୁଲ ଘେରାଓ କରିବା ସହିତ ଦଣ୍ଡମୁକ୍ତ ସ୍କୁଲରେ ପିଲାଙ୍କୁ ଦଣ୍ଡ ଦେଇଥିବା  ଶିକ୍ଷୟତ୍ରୀ   ଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ଅଡ଼ି ବସିଥିଲେ I ଏନେଇ ଦିଦି ଙ୍କୁ ପଚାରିବାରୁ ସେ ଭୋ ଭୋ ହେଇ କାନ୍ଦିଥିଲେ ମିଡ଼ିଆ ଆଗରେ ଏବଂ ମାନିଥିଲେ ଯେ ଏହା ତାଙ୍କ ଭୁଲ ସେ ନିଜେ ଚୁଟି କାଟିବା କଥା ନୁହେଁ କିନ୍ତୁ ବାରମ୍ବାର କହିବା ସତ୍ୱେ ପିଲା ମାନେ JEL ମାରି ଚୁଟି ଷ୍ଟାଇଲ କରି ଆସୁଛନ୍ତି ତେଣୁ ବାଧ୍ୟ ହୋଇ ସେ ଏପରି କରିଥିଲେ I ଅନ୍ୟପଟେ କିଛି ଅଭିଭାବକ ଏହାକୁ ସ୍ୱାଗତ କରିଛନ୍ତି I

Leave a Reply

Your email address will not be published. Required fields are marked *