ବାପା ହେଲା ସୈତାନ : ସ୍ତ୍ରୀ ଓ ୪ ମାସର କୁନିପୁଅକୁ  ହତ୍ୟା କରି ଘରେ ଗାତ ଖୋଳି ପୋତିଦେଇଥିଲା

ଭଦ୍ରକ ଜିଲା  ଧୁଷୁରି ଥାନା ସାହାସପୁର  ଛତିଶ ସାହିରେ  ଏକ  ଲୋମହର୍ଷଣକାରି ଘଟଣା ଘଟିଛି।  ଘରୋଇ  କଳହକୁ ନେଇ ଜଣେ ଯୁବକ ନିଜ  ସ୍ତ୍ରୀ ଓ ୪ ମାସର କୁନିପୁଅକୁ  ତଣ୍ଟିଚିପି ମାରିଦେଇ ଘରେ ଗାତ ଖୋଳି   ପୋତିଦେଇଥିଲା । 


ଯୁବକ ର ନାମ ଅଭୟ , ଗତ ୨୪ ତାରିଖ ରାତିରେ ଅଭୟ ଓ ତାଙ୍କ ସ୍ତ୍ରୀ ପଦ୍ମାବତୀଙ୍କ କୌଣସି କାରଣରୁ ଝଗଡା ହେଇଥିଲା ଯାହାଫଳରେ ଅଭିଯୁକ୍ତ ଅଭୟ ରାଗିଯାଇ ଏକ ଦଉଡି ସାହାଯ୍ୟରେ   ସ୍ତ୍ରୀ ପଦ୍ମାବତୀର ତଣ୍ଟି କୁ ଚାପି ଧରିଥିଲା ଫଳରେ ଘଟଣା ସ୍ଥଳରେ  ସ୍ତ୍ରୀ ର ମୃତ୍ୟୁ ହେଇଥିବା  ବେଳେ ଚାରି ମାସର କୁନି ପୁଅକୁ କାନ୍ଥରେ ପିଟି ମାରି ଦେଇଥିଲା ଅଭୟ ଏବଂ  ପରେ ଦୁଇଟିଯାକ ମୃତଦେହକୁ ଘରେ ଗାତ ଖୋଳି ପୋତି ଦେଇଥିଲା। 


ଆଜି ଦୁର୍ଗନ୍ଧ ହେବା ପରେ  ପଡୋଶୀ ଏ ବାବଦରେ  ପୁଲିସକୁ ଖବର ଦେଇଥିଲେ ଏବଂ ପୋଲିସ ଛାନଭିନ କରି  ଘର ଭିତରୁ ମୃତଦେହ ଜବତ କରିବା ସହିତ  ଅଭିଯୁକ୍ତଙ୍କୁ ଗିରଫ କରିଛି  ।

Leave a Reply

Your email address will not be published. Required fields are marked *