ସ୍ତ୍ରୀ ର ବଳିଦାନ  : ସ୍ୱାମୀ  ଙ୍କୁ ବଞ୍ଚାଇ ନିଜେ ଗୁଳି ଖାଇ ଆର ପାରିକୁ ଚାଲିଗଲା  ସ୍ତ୍ରୀ

ଆଖି ଆଗରେ ଚାଲିଯିବ   ସ୍ୱାମୀ ର ଜୀବନ କୋଉ ସ୍ତ୍ରୀ ବା ସହ୍ୟ କରିପାରିବ , କିଛି ବୁଝିବା ଆଗରୁ ଛାତି ପତେଇ  ଦେଲା ଦୁର୍ବୁତ୍ତ ର ଗୁଳି ଆଗରେ ବଂଚିଗଲା ସ୍ୱାମୀ ହେଲେ ଟଳିପଡିଲା ସ୍ତ୍ରୀ I ସ୍ୱାମୀ ର ଜୀବନ ପାଇଁ ନିଜ ଜୀବନ କୁ ଭୂକ୍ଷେପ ନକରି ସବୁଦିନ ପାଇଁ ଚାଲିଗଲା ଆରପାରିକି I ଏହା କୌଣସି ଫିଲ୍ମ ର କାହାଣୀ ନଥିଲା ଏକ ସତ ହୃଦୟଭରା ଦରଦୀ ଘଟଣା I  ଅନୁଗୁଳ ଜିଲ୍ଲା  ଠାକୁରଗଡ ଥାନା ରାଏଡା ଗାଁରେ ଘରୋଇ ହିଂସାକାଣ୍ଡ କୁ ନେଇ ଗାଁର ରବି ଭୋଇ ଅନାମଙ୍କୁ ଲକ୍ଷ୍ୟ କରି ଗୁଳି ମାରୁଥିବା  ବେଳେ ରବି ଙ୍କ ସ୍ତ୍ରୀ  ରତନୀ ସ୍ୱାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ସ୍ୱାମୀ ଆଗକୁ ଚାଲିଆସିଥିଲା I ଫଳରେ ଗୁଳି ସ୍ୱାମୀ ଦେହରେ ନବାଜି ରତନୀ ଛାତିରେ ବାଜି ଥିଲା ଏବଂ ଘଟଣାସ୍ଥଳରେ ହିଁ ରତନୀଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଟି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *