ମା ସାଜିଲା ପିଶାଚୀ  ଚାରି ବର୍ଷର କୁନି  ଝିଅକୁ ନିଜ ହାତରେ ମାରି ପୋଖରୀ କୁ ଫିଙ୍ଗିଦେଲା

ମା ସାଜିଲା ପିଶାଚୀ ନିଜ ଜନ୍ମ କଲା ଝିଅକୁ ନିଜ ହାତରେ ମାରି ପୋଖରୀ କୁ ଫିଙ୍ଗିଦେଲା I ମିଳିଥିବା ସୂଚନା ଅନୁଯାଇ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ମୁଗପାଲ ଗ୍ରାମପଞ୍ଚାୟତର  ସୋନୀ ବେହେରା ନିଜର ଚାରି ବର୍ଷର କୁନି ଝିଅକୁ ମାରି ପୋଖରୀ କୁ ଫିଙ୍ଗି ଦେଇଛି I ଶନିବାର କୌଣସି କାରଣ କୁ ନେଇ ଉଭୟ ସୋନୀ ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ପାରିବାରିକ କଳହ ହେଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ  ସ୍ତ୍ରୀ ଜଣକ ନିଜ ଚାରି ବର୍ଷର ଝିଅକୁ ଧରି  ବାପଘରକୁ ପଳାଇଥିଲା । ବାଟରେ କୁନି ଝିଅକୁ ମାରିଦେଇ ପୋଖରୀକୁ ଫିଙ୍ଗିଦେଇଥିଲା ଏବଂ ବାପା ଘରେ ପହଂଚି ଏକଥା ଜଣେଇବା ପରେ ସମସ୍ତେ ଚକିତ ହେଇଯାଇଥିଲେ ଏବଂ ସତକୁ ସତ ପୋଖରୀରେ କୁନି ଝିଅର ଶବ ଭାସୁଥିବା ଦେଖାଯାଇଥିଲା I ଘଟଣା ସ୍ଥଳରେ ପୋଲିସ ପହଂଚି ଶିଶୁକନ୍ୟାର ମୃତଦେହ  ଜବତ କରି ଅଭିଯୁକ୍ତ ମା ସୋନି କୁ ଗିରଫ କରିଛି ।

ଏଭଳି ଘଟଣା ସାରା କୁଆଖିଆରେ ଚାଞ୍ଚଲ୍ୟ ଖେଳାଇଦେଇଛି I

Leave a Reply

Your email address will not be published. Required fields are marked *